Categories: ଖେଳ

ସଚିନଙ୍କ ପ୍ରଥମ ପ୍ରେମ ନୁହନ୍ତି ଅଞ୍ଜଳୀ

ମୁମ୍ବାଇ,୧୪।୨- ଶୁକ୍ରବାର ଭାଲେନଟାଇନ୍ସ ଦିବସ ଅବସରରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଟୁଇଟରରେ ଏକ ଭିଡିଓ ଶେୟାର କରି ପତ୍ନୀ ଅଞ୍ଜଳୀ ତେନ୍ଦୁଲକର ତାଙ୍କ ପ୍ରଥମ ପ୍ରେମ ନୁହନ୍ତି ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ଭିଡିଓର କ୍ୟାପଶନରେ ମୋ ପ୍ରଥମ ପ୍ରେମ ବୋଲି ସେ ଲେଖିଛନ୍ତି। ତେବେ କ୍ରିକେଟ ହିଁ ତାଙ୍କ ପ୍ରଥମ ପ୍ରେମ। ଉକ୍ତ ଭିଡିଓରେ ପୂର୍ବତନ ଭାରତୀୟ ଅଧିନାୟକ ସଚିନ ନେଟ୍ସରେ ବ୍ୟାଟିଂ ପ୍ରାକ୍ଟିସ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ରବିବାର ତେନ୍ଦୁଲକର ଦୀର୍ଘ ୬ ବର୍ଷ ପରେ ପ୍ରଥମ ଥର ପାଇଁ ବ୍ୟାଟିଂ କରିଥିଲେ।
୨୦୧୩ରେ ଅବସର ଘୋଷଣା କରିଥିବା ସଚିନଙ୍କୁ ଏକ ଚ୍ୟାଲେଞ୍ଜରେ ବୋଲିଂ କରିଥିଲେ ଅଷ୍ଟ୍ରେଲିଆ ମହିଳା ଦଳର ଅଲରାଉଣ୍ଡର ଏଲିସେ ପେରି। ଆସନ୍ତା ମାର୍ଚ୍ଚ ୭ ତାରିଖରେ ସେ ପୁଣି ପଡ଼ିଆକୁ ଓହ୍ଲାଇ ରୋଡ ସେଫଟି ବିଶ୍ୱ ସିରିଜ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବେ।

Share