Manchester: Cricket icon Sachin Tendulkar ahead of the 22nd match of 2019 World Cup between India and Pakistan at Old Trafford in Manchester, England on June 16, 2019. (Photo: Surjeet Yadav/IANS)
ଲଣ୍ଡନ, ୫।୭: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଭବିଷ୍ୟବାଣୀ ସତ ହୋଇଛି। ୨୦୧୯ ଆଇସିସି ବିଶ୍ୱକପକୁ ନେଇ ସେ କରିଥିବା ସମସ୍ତ ଆକଳନ ଗୋଟି ଗୋଟି କରି ବାସ୍ତବରେ ପରିଣତ ହୋଇଛି। ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ସଚିନ ଭବିଷ୍ୟବାଣୀ କରିଥିଲେ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସେମିରେ ନିଶ୍ଚିତ ପହଞ୍ଚିବେ। ଚତୁର୍ଥ ଦଳ ଭାବେ ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ମଧ୍ୟରୁ ଗୋଟିଏ ଦଳ ସେମିଫାଇନାଲ ଯିବ ବୋଲି ସେ ଭବିଷ୍ୟବାଣୀ କରିଥିଲେ। ଯାହା ସତ ହୋଇଛି। ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସେମିରେ ପହଞ୍ଚିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ମଧ୍ୟରୁ ଗୋଟିଏ ଦଳ ଯିବା ଦ୍ୱାରରେ ରହିଛି। ନ୍ୟୁଜିଲାଣ୍ଡ ଯିବା ଏକପ୍ରକାର ନିଶ୍ଚିତ ହୋଇଥିବାବେଳେ, ସେମିଫାଇନାଲକୁ ଉଠିବା ପାକିସ୍ତାନ ପାଇଁ ଏବେ କେବଳ ମାତ୍ର ଗାଣିତିକ ସମ୍ଭାବନା ହୋଇ ରହିଛି। ସୂଚନାଯୋଗ୍ୟ, ସଚିନ ଚଳିତ ବିଶ୍ୱକପରେ କ୍ରିକେଟ ଭାଷ୍ୟକାର ଦାୟିତ୍ୱ ତୁଲାଇଛନ୍ତି।