Categories: ଖେଳ

ସଚିନ୍‌ଙ୍କୁ ନିଜର ଆଦର୍ଶ ମାନନ୍ତି ଏହି ପାକିସ୍ତାନ ଖେଳାଳି: ପ୍ରଥମ ଟେଷ୍ଟ୍‌ ଏବଂ ଏକଦିବସୀୟ ମ୍ୟାଚ୍‌ରେ କରିଛନ୍ତି ଶତକ

ଇସଲାମାବାଦ୍‌,୧୭।୧୨: ପାକିସ୍ତାନ କ୍ରିକେଟ୍‌ ଦଳକୁ ଜଣେ ନୂଆ ଖେଳାଳି ମିଳିଛନ୍ତି। ସେ ହେଉଛନ୍ତି ଆବିଦ୍‌ ଅଲ୍ଲୀ। ନିଜ କ୍ୟାରିଅରର ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ। ଏବେ ସେ ଶ୍ରୀଲଙ୍କା ବିରୋଧରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଶତକ କରିଛନ୍ତି। ନିଜର ଜୀବନର ପ୍ରଥମ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍‌ରେ ଶତକ କରିଥିବା ସେ ପ୍ରଥମ ପାକିସ୍ତାନୀ ଖେଳାଳି ପାଲଟିଛନ୍ତି। ସେ ଭାରତୀୟ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କୁ ନିଜର ଆଦର୍ଶ ମାନିଥାନ୍ତି। ବହୁ ଥର ଦଳରେ ତାଙ୍କୁ ସାମିଲ୍‌ କରାଯାଇ ନ ଥିବା ସେ କହିଛନ୍ତି। ଅଧିକ ମୋଟା ହୋଇଥିବାରୁ ଚୟନକର୍ତ୍ତା ତାଙ୍କୁ ଅଣଦେଖା କରୁଥିବା ସେ କୁହନ୍ତି। ୨୦୧୯ ବିଶ୍ୱକପ୍‌ ଦଳରେ ତାଙ୍କୁ ସାମିଲ୍‌ କରାଯାଇ ନ ଥିଲା। ଏଥିରେ ସାମିଲ୍‌ ହୋଇଥିଲେ ସେ ସଚିନ୍‌ଙ୍କୁ ସାକ୍ଷାତ୍‌ କରିବାର ଅବସର ପାଇଥାନ୍ତେ ବୋଲି କହିଛନ୍ତି।

Share