ସଚିନ, କୋହଲିଙ୍କୁ ପଛରେ ପକାଇଲେ ରୋହିତ

ମାଞ୍ଚେଷ୍ଟର,୧୬ା୬: ଭାରତୀୟ ଓପନର ରୋହିତ ଶର୍ମା ବିଶ୍ୱକପ୍‌ରେ ପାକିସ୍ତାନ ବିରୋଧରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ଏହି ମ୍ୟାଚ୍‌ରେ ଭାରତୀୟ ଉପଅଧିନାୟକ ୧୧୨ ବଲର ସମ୍ମୁଖୀନ ହୋଇ ୧୪୦ ରନ୍‌ କରିଥିଲେ। ବିସ୍ଫୋରକ ଇନିଂସରେ ସାମିଲ ଥିଲା ୧୪ ଚୌକା ଓ ୩ ଛକା। ଏହା ଯେ କୌଣସି ଭାରତ-ପାକିସ୍ତାନ ବିଶ୍ୱକପ୍‌ ମ୍ୟାଚ୍‌ର ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏହି ଧାରାରେ ସେ ଅଧିନାୟକ ବିରାଟ କୋହଲି ଓ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ରୋହିତ ପଛରେ ପକାଇ ଦେଇଛନ୍ତି। ଏଥିପୂର୍ବରୁ ୨୦୧୫ ବିଶ୍ୱକପ୍‌ରେ ବିରାଟ କୋହଲି ଆଡିଲେଡ୍‌ଠାରେ ୧୦୭ ରନ୍‌ର ଇନିଂସ ଖେଳିଥିଲେ। ପାକିସ୍ତାନର ସଇଦ ଆନଓ୍ବର ୨୦୦୩ରେ ସେଞ୍ଚୁରିଆନଠାରେ ୧୦୧ ରନ୍‌ କରିିଥିଲେ। ସମାନ ମ୍ୟାଚ୍‌ରେ ସଚିନ ତେନ୍ଦୁଲକର ୯୮ ରନ୍‌ ଇନିଂସ ଖେଳିଥିଲେ।

Share