Categories: ଖେଳ

ସଚିନ ତେନ୍ଦୁଲକରଙ୍କ ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ରନ୍‌ ସ୍କୋର କରିଛନ୍ତି ଏହି ବ୍ୟାଟ୍ସମ୍ୟାନ୍‌

ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ବିଶ୍ୱର ମହାନ ଉଇକେଟକିପରଙ୍କ ମଧ୍ୟରେ ଅନ୍ୟତମ କୁମାର ସାଙ୍ଗାକାରାଙ୍କ ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ବିଶ୍ୱ କ୍ରିକେଟରରେ ନିଜ ବ୍ୟାଟିଂ ଜରିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସାଙ୍ଗାକାରା। ସଚିନ ତେନ୍ଦୁଲକରଙ୍କ ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ରନ୍‌ ସ୍କୋର କରିଛନ୍ତି ସେ। ୪୦୪ଟି ଏକଦିବସୀୟ ମ୍ୟାଚ୍‌ ଖେଳି ସେ ୧୪୨୩୪ରନ୍‌ କରିଥିବାବେଳେ ୧୩୪ଟି ଟେଷ୍ଟରୁ ୧୨୪୦୦ ରନ୍‌ କରିଛନ୍ତି। ସେ ଟେଷ୍ଟରେ ୩୮ଟି ଏବଂ ଏକଦିବସୀୟ ମ୍ୟାଚରେ ୨୫ଟି ଶତକ ଲଗାଇଥିଲେ। ସାରା ଡନ୍‌ ବ୍ରାଡମ୍ୟାନ୍‌ଙ୍କ(୧୨ଟି ଦ୍ୱିଶତକ) ପରେ ସାଙ୍ଗାକାରା ଟେଷ୍ଟରେ ୧୦ଟି ଦ୍ୱିଶତକ ମାରିବାରେ ବିଶ୍ୱର ଦ୍ୱିତୀୟ କ୍ରିକେଟର ହେବାର କୃତିତ୍ୱ ଅର୍ଜନ କରିଥିଲେ। ସେହିପରି ଉଇକେଟ ପଛରେ ମଧ୍ୟ ସେ ଅନେକ ରେକର୍ଡ ହାସଲ କରିଛନ୍ତି। ଏକଦିବସୀୟ ମ୍ୟାଚରେ ସେ ୩୮୩ କ୍ୟାଚ୍‌ ଏବଂ ୯୯ଟି ଷ୍ଟମ୍ପିଂ କରିଛନ୍ତି। ପାକିସ୍ତନ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ସାଙ୍ଗାକାରା ୨୦୧୫ ବିଶ୍ୱକପରେ ଲଗାତାର ୪ଟି ମ୍ୟାଚରେ ୪ଟି ଶତକ ହାସଲ କରିଥିଲେ।

Share