ସଚିିବାଳୟ କର୍ମଚାରୀ ମହାସଂଘ ପକ୍ଷରୁ ୫% ମହଙ୍ଗା ଭତ୍ତା ଦାବି

ଭୁବନେଶ୍ୱର,୧୭।୨(ବ୍ୟୁରୋ): ଗତ ଶନିବାର ନିଷ୍ପତ୍ତି ଅନୁଯାୟୀ ସଚିବାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର କର୍ମଚାରୀଙ୍କୁ ନେଇ ଏକ ”ସଚିିବାଳୟ କର୍ମଚାରୀ ମହାସଂଘ“ ଗଠନ କରାଯାଛି। ମିଳିତ ଭାବେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯାଇ ପିଛିଲା ଭାବେ ଜୁଲାଇ ୨୦୧୯ ଠାରୁ ୫% ମହଙ୍ଗା ଭତ୍ତା ଦେବାକୁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ସଚିବାଳୟର ସେବା ସଂଘ, ପିଏଓପିଏସ୍‌ ସଂଘ, ଷ୍ଟେନୋଗ୍ରାଫର ସଂଘ, ଟାଇପିଷ୍ଟ, ଡ୍ରାଇଭର, ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ଓ ଡ୍ରାଟାଏଣ୍ଟ୍ରି ଅପରେଟର ପ୍ରଭୃତି ୭ ସଂଘକୁ ନେଇ ଚିତ୍ତରଞ୍ଜନ ହୋତାଙ୍କ ଆବାହକତ୍ୱରେ ଏକ ମହାସଂଘ ଗଠନ କରାଯାଇଛି। ମହାସଂଘ ଜୁଲାଇ ୨୦୧୯ଠାରୁ ୫% ମହଙ୍ଗା ଭତ୍ତା ଦେବାକୁ ଦାବି କରି ରବିବାର ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲା। ତେବେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଉପରେ ଆଲୋଚନା କରିବା ସାଙ୍ଗକୁ ସରକାରଙ୍କ ଉପରେ ଭରସା ରଖିବାକୁ କହିଛନ୍ତି। ତେବେ ମଧ୍ୟାହ୍ନ ବିରତିରେ ପଞ୍ଚାୟତିରାଜ ବିଭାଗ ସମ୍ମୁଖ ପଡ଼ିଆରେ ଏକ ସାଧାରଣ ସଭା ହୋଇଥିଲା। ଏଥିରେ ସ୍ମାରକପତ୍ରକୁ ପଢ଼ାଯାଇ ଶୁଣାଯିବା ସହ ସରକାର ଦାବି ପୂରଣ ନ କଲେ ଆଗାମୀ ଦିନରେ ନୂତନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଭାରେ ଚେତାବନୀ ଦିଆଯାଇଛି।

Share