ସିମୁଳିଆ, ୮।୩(ଡି.ଏନ.ଏ.)-ନାରୀମାନଙ୍କୁ ସମ୍ମାନ ଓ ସଶକ୍ତୀକରଣର ବାର୍ତ୍ତା ଦେଇ ରବିବାର ପୂର୍ବାହ୍ନରେ ‘ବିଶ୍ୱ ମହିଳା ଦିବସ’ ପାଳିତ ଅବସରରେ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ପ୍ରୟାସ ଅନୁଷ୍ଠାନର ଜିଲା ସଭାପତି ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସିମୁଳିଆ ବ୍ଲକର ମାର୍କୋଣା ଷ୍ଟେଶନ ବଜାର ନିକଟରୁ ଶୋଭାଯାତ୍ରା ବାହାରି ବସ୍ଷ୍ଟାଣ୍ଡ ନିକଟ ନୀଳକଣ୍ଠେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ା ଏଥିରେ କୁନ୍ତଳାକୁମାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ, ସିମୁଳିଆ କଲେଜର ଛାତ୍ରୀଛାତ୍ର ଓ ମାର୍କୋଣା ଆଥ୍ଲେଟିକ ଆସୋସିଏଶନ(ମା)ର ଶତାଧିକ ଛାତ୍ରୀଛାତ୍ର ଓ ଖେଳାଳି ଯୋଗ ଦେଇଥିଲେ ା ପରେ ମନ୍ଦିର ପାର୍ଶ୍ୱ ମଣ୍ଡପରେ ସାଧାରଣ ସଭା ହୋଇଥିଲା। ସ୍ଥାନୀୟ ବାଉରିପଦା ଅଞ୍ଚଳର ତଥା ଭୁବନେଶ୍ୱର ଷ୍ଟେଟବ୍ୟାଙ୍କ ଅଧିକାରୀ ଗଜେନ୍ଦ୍ର ପ୍ରସାଦ ସେଠୀ, ପଦ୍ମଲୋଚନ ପଣ୍ଡା, ଦେବାଶିଷ ରାୟ, ପ୍ରଶାନ୍ତ କୁମାର ପଣ୍ଡା, ଅକ୍ଷୟ କୁମାର ବିଶ୍ୱାଳ, ସ୍ବପ୍ନାଞ୍ଜୟ ସାହୁ, ମାର୍କୋଣା ଆଥ୍ଲେଟିକ ଆସୋସିଏଶନର ସଭାପତି ରମାକାନ୍ତ ପଣ୍ଡା, ମହିଳା ମହାବିଦ୍ୟାଳୟର କ୍ରୀଡ଼ା ଅଧ୍ୟାପିକା ବୁଲବୁଲ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ା ପ୍ରୟାସ ଅନୁଷ୍ଠାନ ସହିତ ସମ୍ପୃକ୍ତ ସିମୁଳିଆ ବ୍ଲକର ତଥା ଲଣ୍ଡନରେ କାର୍ଯ୍ୟରତ ସଞ୍ଜୟ ସେଠୀ ଫୋନ୍ ଯୋଗେ ବାର୍ତ୍ତା ଦେଇଥିଲେ ା ଅନୁଷ୍ଠାନ ଜିଲା ସମ୍ପାଦକ ସନ୍ତୋଷ କୁମାର ନାୟକ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ା