ସଚେତନତା ପାଇଁ ଗାଁ ମୁଣ୍ଡରେ ଫାଟକ

କେନ୍ଦୁଝର, ୩୦ା୩(ସ୍ବ.ପ୍ର.)-ଆମେ ବାହାରକୁ ଯିବୁନି କି ବାହାର ଲୋକଙ୍କୁ ଆମ ଗାଁରେ ପଶିବାକୁ ଦେବୁନାହିଁ ା ଏଭଳି ନିଷ୍ପତ୍ତି ନେଇଛନ୍ତି ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ହୁଣ୍ଡୁଳା ଗାଁର ଯୁବକ ଓ ସ୍ବୟଂ ସହାୟକ ଗୋଷ୍ଠୀ ା ବାହାରକୁ ଯାଇ ଫେରୁଥିବା ଲୋକମାନେ ଗ୍ରାମରେ ପଶିବା ପୂର୍ବରୁ ସାବୁନରେ ହାତ ଧୋଇ ପଶିବାକୁ ସଚେତନ କରାଯାଉଛି। ଏହି ଗାଁର ଲୋକେ ଗ୍ରାମର ପ୍ରବେଶ ପଥରେ ଫାଟକ ବସାଇ ସାବୁନରେ ହାତ ଧୋଇ ପଶିବା ଦେଖିବାକୁ ମିଳିଛି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ପଳାଶପଙ୍ଗା ସରପଞ୍ଚ ସଞ୍ଜୟ କୁମାର ନାଏକ କହିଛନ୍ତି। ସେହି ଗାଁର ଅରଡେଇ ନଦୀକୂଳରେ ଥିବା ଦୁଦୁକୁଣ୍ଡି ସାହି, ସଦର ବ୍ଲକ ଅଧୀନ ସିଲୁଆଁ-ଘୁଟୁରୁ ରାସ୍ତାର ପ୍ରବେଶ ପଥକୁ ମଧ୍ୟ ଗ୍ରାମବାସୀ ସିଲ୍‌ କରି ଦେଇଛନ୍ତି। ଏହା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ରୋକାଯାଇ ପାରିବ ସ୍ଥାନୀୟ ସାମାଜିକ କର୍ମୀ ରମେଶ କହିଛନ୍ତି।