ସଚେତନ କରିଥିବା ଚାଇନା ଡାକ୍ତର ଆଇସିୟୁରେ

ଉହାନ୍‌, ୫ା୨: ଚାଇନାରେ କରୋନା ଭାଇରସ୍‌ ଉଗ୍ର ରୂପ ଧାରଣ କରିଛି। ହେଲେ ଏହାର ଭୟାବହତାକୁ ନେଇ ପ୍ରଥମେ ଲୋକମାନଙ୍କୁ ସଚେନତ କରାଇଥିବା ଚାଇନା ଡାକ୍ତର ଲି ଓ୍ବେନ୍‌ଲିଆଙ୍ଗ (୩୪) ଏବେ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇ ଅକ୍ସିଜେନ୍‌ ସପୋର୍ଟରେ ଥିବା ଜଣାପଡ଼ିଛି। ସର୍ବପ୍ରଥମେ ଓ୍ବି ଚାଟ୍‌ ଆପ୍‌ରେ ସେ ମେଡିକାଲ ସ୍କୁଲ ଆଲୁମ୍‌ନୀ ଗ୍ରୁପରେ ସତର୍କ କରାଇଥିଲେ। ଏଥିଲାଗି ସତର୍କ ରହିବାକୁ ସହକର୍ମୀମାନଙ୍କୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ହେଲେ ଏବେ ତାଙ୍କ ସ୍ଥିତି ଦୟନୀୟ ହୋଇପଡ଼ିଛି। ପ୍ରକାଶଥାଉ କି, କରୋନା ଭାଇରସ୍‌ ସଂକ୍ରମଣରେ ଏବେ କେବଳ ଚାଇନାରେ ୪୨୭ ଜଣଙ୍କ ମୃତ୍ୟୁ ହୋଇସାରି ଥିବାବେଳେ ୨୦ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ବିଶ୍ୱ ଚିନ୍ତିତ ହୋଇପଡ଼ିଛି।

Share