ସଚେତନ କଲା ଓଷ୍ଟା ଶିକ୍ଷକ ସଂଘ

ସିମୁଳିଆ, ୬।୪(ଡି.ଏନ.ଏ.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସାରା ଦେଶରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି । ସୋମବାର ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସିମୁଳିଆ ମଣ୍ଡଳ ଦ୍ବାରା ମାର୍କୋଣା ପଞ୍ଚାୟତର ମହିଷିପେଟ ଆଦିବାସୀ ସାହି ଓ ମୁରୁଣା ପଞ୍ଚାୟତର ରାଉତପଡା ଯେନାସାହିର ଶତାଧିକ ପରିବାରକୁ ମାକ୍ସ, ସାବୁନ, ଶୁଖିଲା ଖାଦ୍ୟ ରୂପେ ମୁଢି ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ଏଥିସହିତ ଘରେ ସୁରକ୍ଷିତ ରହିବା, ସାମାଜିକ ଦୂରତା ଓ ସ୍ବଚ୍ଛତା ଅବଲମ୍ବନ କରିବା, ସାବୁନରେ ହାତ ଧୋଇବା, ଥଣ୍ଡା କାଶ ଓ ଜ୍ବର ହେଲେ ୧୦୪କୁ କଲ୍‌ କରିବା ସହିତ ବାହାର ରାଜ୍ୟରୁ ଆସିଥିବା ଜନସାଧାରଣଙ୍କୁ ପଞ୍ଜିକରଣ କରାଇବା ସମ୍ପର୍କରେ ଶିକ୍ଷକମାନେ ବୁଝାଇଥିଲେ। ଓଷ୍ଟା ଶିକ୍ଷକ ସଂଘ ସଭାପତି କମଳାକାନ୍ତ ପତି, ସମ୍ପାଦକ ପ୍ରସନ୍ନ କୁମାର ଧଳ, ଶିକ୍ଷକ ନେତା ବନମାଳୀ ନାୟକ, କୁମୁଦବନ୍ଧୁ ନାୟକ, ନିରାକାର ଜେନା, ଉତ୍ତମ କୁମାର ଲେଙ୍କା ଓ ନାରାୟଣ ଚନ୍ଦ୍ର ବେହେରା ପ୍ରମୁଖ ଥିଲେ ।