ବନ୍ତଳା,୨୭।୩(ଡି.ଏନ.ଏ.):ବନ୍ତଳା ଥାନା ହମାମିର ଗ୍ରାମରେ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାଁ ଯୁବଗୋଷ୍ଠୀଙ୍କ ନେତୃତ୍ୱରେ ଏହାର ଆୟୋଜନ ହୋଇଥିବା ବେଳେ ଏଥିରେ ବନ୍ତଳା ଥାନା ଦାୟିତ୍ୱରେ ଥିବା ଡିଏସ୍ପି ସୌରଭ ଓତା ଯୋଗ ଦେଇଥିଲେ। ଗାଁର ପ୍ରବେଶପଥରେ କରାଯାଇଥିବା ହାତ ଧୁଆ ବ୍ୟବସ୍ଥାରେ ହାତ ଧୋଇବା ସହ ଗ୍ରାମବାସୀଙ୍କୁ ୨୦୦ ମାସ୍କ ବଣ୍ଟନ କରିଥିଲେ। ଲାକ୍ଡାଉନ ନିୟମକୁ କଡାକଡି ଭାବେ ପାଳନ କରିବା, ସାମାଜିକ ଦୂରତା ରକ୍ଷା କରିବା ଓ ଅତି ଜରୁରୀ ନ ହେଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଥିଲେ। ସୁଶୀତ ସାହୁ, ମନୋଜ ଗଡ଼ନାୟକ, ରଣଜିତ ସାହୁ, ବିଷ୍ଣୁ ବେହେରା, ଅବନୀ ସାହୁ, ଆଲୋକ ସାହୁ, ଯୋସେବ କୁମାର ସାହୁ, ନିତ୍ୟାନନ୍ଦ ବେହେରା, ମାମୁନ ସାହୁ, ଟୁଟୁ ସାହୁ, ବିଜୁ ଯୁବ ବାହିନୀ ସଭାପତି ଗଣେଶ୍ୱର ସାହୁ, ବନ୍ତଳା ଥାନା କର୍ମଚାରୀଙ୍କ ସମେତ ୬୦ ଜଣ ଯୁବକ ଏକ ମିଟର ବ୍ୟବଧାନରେ ରହି ସାମାଜିକ ଦୂରତାକୁ ଅନୁସରଣ କରିଥିଲେ।