ସଚେତନ ବାର୍ତ୍ତା ନେଇ କେନ୍ଦୁଝରରୁ ପୁରୀ ସାଇକେଲ ଯାତ୍ରା

କେନ୍ଦୁଝର,୩୦।୬(ସ୍ବ.ପ୍ର.): ସଚେତନତା ଯାତ୍ରାରେ ସଦର ବ୍ଲକ କାଉଁରୀକଳା ପଞ୍ଚାୟତ ଅନ୍ତର୍ଗତ ବଉଳମାଳ ଗ୍ରାମର ଜଣେ ଯୁବକ ସାଇକେଲରେ ପୁରୀ ବାହାରିଛନ୍ତି। ସେ ହେଲେ ତୁଳସୀ ମହାନ୍ତଙ୍କ ପୁତ୍ର ଲୋକନାଥ (୨୬)।
ଜଙ୍ଗଲ, ବନ୍ୟଜନ୍ତୁ ସୁରକ୍ଷା ତଥା ପର୍ଯ୍ୟାବରଣର ସଚେତନତା ବାର୍ତ୍ତା ନେଇ ଶୁକ୍ରବାର ସକାଳେ ଲୋକନାଥ ଘରୁ ସାଇକେଲ ଯୋଗେ ଯାତ୍ରା ଆରମ୍ଭ କରିଥିଲେ। ସେ କେନ୍ଦୁଝରର ଘଟଗାଁ, ଘସିପୁରା, ଯାଜପୁର, ପାଣିକୋଇଲି ଦେଇ କଟକଠାରେ ପହଞ୍ଚି ସେଠାରେ ରାତ୍ରିଯାପନ କରିଥିଲେ। ପରେ ରବିବାର ସକାଳୁ ପୁରୀ ଅଭିମୁଖେ ବାହାରିଥିବା ଜଣାପଡିଛି। ସେ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ସେଠାରେ ରାତ୍ରିଯାପନ କରି ପରଦିନ ସକାଳୁ ପୁଣିଥରେ ସାକେଲ ଯୋଗେ କେନ୍ଦୁଝର ଫେରିବେ ବୋଲି ଜଣାପଡ଼ିଛି।