ସଚ୍ଚୋଟତା ଉତ୍ତର ଜୀବନର ଆଧାର

ସୋନପୁର, ୩।୧୧(ନି.ପ୍ର.)
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସୋନପୁର କଲେଜ ପରିସରରେ ସଚ୍ଚୋଟତା ଜୀବନର ଏକ ଶୈଳୀ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସୁବର୍ଣ୍ଣପୁର ଜିଲା ଦୁର୍ନୀତି ନିବାରଣ ବିଭାଗ ଓ ନେହେରୁ ଯୁବକେନ୍ଦ୍ର ସୁବର୍ଣ୍ଣପୁର ପକ୍ଷରୁ ଏହି କାଯର୍ର୍‌ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ କଲେଜ ଅଧ୍ୟକ୍ଷ ତରୁଣ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣ ସଚେତନ ହେଲେ ଦୁର୍ନୀତି ହ୍ରାସ ପାଇବ ବୋଲି କହିଥିଲେ। ସୁବର୍ଣ୍ଣପୁର ଦୁର୍ନୀତି ବିଭାଗ ଡିଏସପି କାଦମ୍ବିନୀ ସାମଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏଥିରେ କଲେଜର ଛାତ୍ରୀଛାତ୍ର, ଅଧ୍ୟାପକ, ଦୁର୍ନୀତି ନିବାରଣ ବିଭାଗର କର୍ମକର୍ତ୍ତା, ନେହେରୁ ଯୁବ କେନ୍ଦ୍ରର ସଦସ୍ୟମାନେ ସମୂହ ଶପଥ ପାଠୋତ୍ସବରେ ଯୋଗଦେଇଥିଲେ। ମହାବିଦ୍ୟାଳୟର ୧୦ଜଣ ଛାତ୍ରୀଛାତ୍ର ଦୁର୍ନୀତି ନିବାରଣରେ ସଚ୍ଚୋଟତାର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡିଆ ଭାଷା ସାହିତ୍ୟର ଅଧ୍ୟାପିକା ଡ. ଇତିଶ୍ରୀ ଦାସ ସଚ୍ଚୋଟତା ଉତ୍ତର ଜୀବନର ଆଧାର ବୋଲି ମତବ୍ୟକ୍ତ କରିଥିଲେ।

Share