ସଚ୍ଚୋଟପଣିଆ ଦେଖାଇଲେ ୩ ଟିଟିଇ: ସୁନା, ଟଙ୍କା ସହ ପର୍ସ ଫେରାଇ ପ୍ରଶଂସା ପାଇଲେ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଟ୍ରେନ୍‌ରେ ପାଇଥିବା ଏକ ପର୍ସ୍‌କୁ ଫେରାଇ ସଚ୍ଚୋଟପଣିଆ ଦେଖାଇଛନ୍ତି ୩ଜଣ ଟିଟିଇ। ଉକ୍ତ ପର୍ସଟି ଜଣେ ମହିଳା ଯାତ୍ରୀଙ୍କର ହୋଇଥିବାବେଳେ ସେଥିରେ ୨୨ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଥିଲା। ଏହି ତିନିଜଣ ଟିଟିଇ ହେଲେ ଟିଏସ୍‌ କୌଶିକ୍‌ ସାହା,ଏସ୍‌ଆର୍‌ସି ରାଜୁ ଓ ଜି.କେ. ଆନନ୍ଦ। ଏଥିପାଇଁ ରେଳ ବିଭାଗ ଟୁଇଟ୍‌ କରି ସେମାନଙ୍କୁ ପ୍ରଶଂସା କରିଛନ୍ତି। ଶୁକ୍ରବାର ଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ ଟ୍ରେନ (୦୨୮୨୪)ରେ ଜଣେ ମହିଳା ଯାତ୍ରୀ ବସିଥିବା ସିଟ୍‌ରେ ପର୍ସ ଛାଡ଼ି ଗୟା ଷ୍ଟେଶନରେ ଓହ୍ଲାଇଥିଲେ। ଊକ୍ତ ବଗିରେ ଟିକେଟ ଯାଞ୍ଚ କରୁଥିବା ଟିଏସ୍‌ କୌଶିକ ଓ ଅନ୍ୟ ଦୁଇଜଣ ପର୍ସଟିକୁ ପାଇ ନିକଟ ଷ୍ଟେଶନରେ ଥିବା ଆର୍‌ପିଏଫ କର୍ମଚାରୀଙ୍କୁ କହିଥିଲେ। ପର୍ସରୁ ମହିଳାଙ୍କ ଫୋନ୍‌ ନମ୍ବର ଓ ପରିଚୟପତ୍ର ମିଳିବା ପରେ ଆରପିଏଫ୍‌ ତାଙ୍କ ସହ ଯୋଗାଯୋଗ କରି ତାହାକୁ ଫେରାଇଥିଲେ।

Share