‘ସଞ୍ଜିବନୀ – ୨’ ଛାଡ଼ିଲେ ଆରତି, ଆସିବେ ନୂଆ ଅଭିନେତ୍ରୀ

ଟିଭି ସିରୟଲ’ ‘ସଞ୍ଜିବନୀ-୨’ ରେ ମୁଖ୍ୟ ଭୂମିକାରେ ଥିଲେ ଅଭିନେତ୍ରୀ ଆରତି ବହଲ। ଏଥିରେ ଅଭିନୟ କରିବା ୩ ମାସ ବି ପୂରଣ ହୋଇନି। ମାତ୍ର ଏବେ ଏହି ଧାରାବାହିକକୁ ସେ ଗୁଡ୍‌ବାୟ କହିଦେଇଛନ୍ତି। ତାଙ୍କୁ ଏକ ସାକ୍ଷାତକାରରେ ଯେତେବେଳେ ପଚରାଗଲା ସିରିୟଲ କାହିଁକି ଛାଡ଼ିଦେଲେ, ସେ ଏହାର ଉତ୍ତରରେ କହିଥିଲେ ଟେଲି ଜଗତରେ ଏହା ନୂଆ କଥା ନୁହେଁ, ଆମର ବୃତ୍ତି ହିଁ ସେଇୟା। ତେଣୁ ସିରିୟଲ ଛାଡ଼ିବାରେ ଅସୁବିଧା କେଉଁଠି? ଅନ୍ୟପକ୍ଷରେ ନିର୍ମାତା ସିଦ୍ଧାର୍ଥ ମାଲହୋତ୍ରା କୁହନ୍ତି, ଏହା ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। ସମସ୍ତେ ଜାଣିଛନ୍ତି ଅଭିନୟ ଜଗତରେ ଏମିତି ହୁଏ। ଏହା କିଛି ବଡ଼ କଥା ନୁହେଁ, ଆରତିଙ୍କ ଯୋଗ୍ୟତା ଏବଂ ତାଙ୍କର କଠିନ ପରିଶ୍ରମକୁ ବି ମୁଁ ଅପଚୟ କରିବାକୁ ଚାହୁଁନି। ମୋ’ ଶୋ’ର ପୂରା ଧ୍ୟାନ ଏବେ ସିଡ୍‌(ନମିତ୍‌ ଖାନ୍ନା) ଏବଂ ଈଶାନୀ(ସୁରଭି ଚନ୍ଦନା)ଙ୍କ ଉପରେ ରହିଛି।
ଆରତି ଛାଡ଼ିବା ପରେ ଏବେ ଏହି ସ୍ଥାନ ପୂରଣ କରିବା ପାଇଁ ଅଭିନେତ୍ରୀ ସୀମା ପାଣ୍ଡେ ଆସିବେ। ସବୁଠୁ ବଡ଼ କଥା ହେଲା ସୀମା ସିରୟଲର ଯେଉଁ କାହାଣୀଠାରୁ ଏଣ୍ଟ୍ରି କରିବେ ସେ ବିଷୟରେ ସମସ୍ତ ପ୍ରସ୍ତୁତ ସରିଛି।

Share