ସଞ୍ଜୀବ, ପ୍ରଫୁଲ୍ଲ, ବ୍ୟୋମକେଶ ବିଜୟୀ

ଭଦ୍ରକ ଅଫିସ,୨୪।୫: ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନ ୫ ବିଧାନସଭା ଆସନ ମଧ୍ୟରୁ ଭଦ୍ରକ ସଦର, ଚାନ୍ଦବାଲି ଏବଂ ଭଣ୍ଡାରିପୋଖରୀ ଆସନର ଫଳାଫଳ ପ୍ରକାଶ ପାଇଛି। ଭଦ୍ରକ ସଦରରେ ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଡ. ପ୍ରଦୀପ ନାୟକଙ୍କୁ ୩୨,୨୮୬ରୁ ଊର୍ଦ୍ଧ୍ୱ ଭୋଟରେ ହରାଇଥିବା ସୂଚନା ମିଳିଛି। ଭଣ୍ଡାରିପୋଖରୀ ଆସନରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୮ ହଜାର ୭ଶହରୁ ଊର୍ଦ୍ଧ୍ୱ ଭୋଟରେ ହରାଇ ବିଜୟ ହାସଲ କରିଛନ୍ତି।
ଚାନ୍ଦବାଲି ଆସନରେ ଭାଜପା ପ୍ରାର୍ଥୀ ମନମୋହନ ସାମଲ ଏବଂ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ମଧ୍ୟରେ ଆରମ୍ଭରୁ କଡ଼ା ଟକ୍କର ଚାଲିଥିବାରୁ ଉତ୍କଣ୍ଠାର ବାତାବରଣ ଲାଗିରହିଥିଲା। ତେବେ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ମନମୋହନଙ୍କୁ ୭୨୦୦ ଭୋଟରେ ହରାଇ ବିଜୟ ହାସଲ କରିଛନ୍ତି।

Share