ସଞ୍ଜୟଙ୍କ ଖଳନାୟକ ଭୂମିକାକୁ ବେଶ ପସନ୍ଦ କରନ୍ତି ଦର୍ଶକ, ‘ପାନିପତ୍‌’ରେ ସେମିତି କିଛି ରୂପରେ ଆସିବେ ନଜର

ବମ୍ବେ: ଦର୍ଶକଙ୍କୁ ସଞ୍ଜୟଙ୍କ ଖଳନାୟକ ଭୂମିକା ବେଶ୍‌ ପସନ୍ଦ ଆସିଥାଏ। ବିଗତ ଦିନରେ ରିଲିଜ ହୋଇଥିବା ଫିଲ୍ମ ‘ଖଳନାୟକ’, ‘କାରତୁସ୍‌’, ‘ବାସ୍ତବ’, ‘କାଣ୍ଟେ’, ‘ପ୍ଲାନ୍‌’, ‘ମୁସାଫିର’ , ‘ଅଗ୍ନିପଥ’ ଆଦି ସିନେମାରେ ସଞ୍ଜୟଙ୍କ ଅଭିନୟକୁ ଏବେ ବି ଦର୍ଶକେ ମନେ ରଖିଛନ୍ତି। ବିଶେଷକରି ତାଙ୍କର ଲୁକ୍‌ ଏକ ଭିନ୍ନ ଛାପ ଛାଡ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ତାଙ୍କ ଆଗାମୀ ଫିଲ୍ମର ନିର୍ମାତା ଲୁକ୍‌ ଏକ୍ସପେରିମେଣ୍ଟ କରିଛନ୍ତି।

ଫିଲ୍ମ ‘ପାନିପତ’ ଏବେ ରିଲିଜ ଅପେକ୍ଷାରେ। ଏଥିରେ ସେ ଅର୍ଜୁନ କପୁର, କୃତି ସେନନଙ୍କ ଭଳି କଳାକାରଙ୍କ ସହ ନଜର ଆସିବେ। ହେଲେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି ସଞ୍ଜୟ। ଏଥିରେ ତାଙ୍କୁ ଭୟଙ୍କର ରୂପରେ ଦେଖିବାକୁ ମିଳିବ। ଏହାର ଫଟୋ ନିର୍ମାତାମାନେ ଶେୟାର କରିବା ପରେ ଭାଇରାଲ ହେଉଛି। ସବୁଥର ଭଳି ଏଥର ମଧ୍ୟ ସଞ୍ଜୟ କିଛି ଭିନ୍ନ କରିବେ ବୋଲି ଦର୍ଶକେ ଆଶା ରଖିଛନ୍ତି।

Share