Categories: ଜାତୀୟ

ସଞ୍ଜୟ କରୋଲ ହେଲେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି

ପାଟନା,୧୧।୧୧: ବିହାର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସଞ୍ଜୟ କରୋଲ ସୋମବାର ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ସମାରୋହରେ ବିହାରର ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ଶପଥ ଗ୍ରହଣ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଓ ଉଚ୍ଚ ନ୍ୟାୟଳୟର ବହୁ ବିଚାରପତି ସାମିଲ ହୋଇଥିଲେ।ଏହା ପୂର୍ବରୁ ସଞ୍ଜୟ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ।

Share