ମୁମ୍ବାଇ,୧୨।୧୧: ଶିବସେନାର ଏମ୍ପି ସଞ୍ଜୟ ରାଉତ ମୁମ୍ବାଇ ସ୍ଥିତ ଲିଲାବତି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମଙ୍ଗଳବାର ଭାଜପା ନେତା ଆଶୀଷ ସେଲାର ତାଙ୍କୁ ଭେଟିଛନ୍ତି। ହସ୍ପିଟାଲରେ ତାଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏହା ଏକ ଔପଚାରିକ ସାକ୍ଷାତକାର ଥିବା ବେଳେ ଦୁଇଜଣଙ୍କ ମଧ୍ୟରେ ମହାରାଷ୍ଟ୍ର ରାଜନୀତିକୁ ନେଇ କୌଣସି ଚର୍ଚ୍ଚା ହୋଇ ନ ଥିବା କୁହାଯାଉଛି। ଏହା ପୂର୍ବରୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ସଞ୍ଜୟଙ୍କୁ ଭେଟିଥିଲେ।