ସଞ୍ଜୟ ସାହୁଙ୍କୁ ବେଷ୍ଟ ପିଆର୍‌ଓ ଆଓ୍ବାର୍ଡ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ପବ୍ଲିକ ରିଲେସନ୍ସ ଏବଂ କର୍ପୋରେଟ କମ୍ୟୁନିକେଶନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ସଞ୍ଜୟ କୁମାର ସାହୁଙ୍କୁ ବେଷ୍ଟ ପବ୍ଲିକ ରିଲେସନ୍ସ ଅଫିସର(ପିଆର୍‌ଓ) ଆଓ୍ବାର୍ଡ-୨୦୧୯ ପ୍ରଦାନ କରାଯାଇଛି। ନ୍ୟାଶନାଲ ଜର୍ନାଲିଷ୍ଟ ଓ୍ବେଲଫେୟାର ବୋର୍ଡ ପକ୍ଷରୁ ଭୁବନେଶ୍ୱରଠାରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ। ସଞ୍ଜୟ ସାହୁ ବର୍ତ୍ତମାନ ଜିନ୍ଦଲ ଷ୍ଟିଲ ଏବଂ ପାଓ୍ବାର ଲିମିଟେଡରେ କର୍ପୋରେଟ କମ୍ୟୁନିକେଶନ ବିଭାଗରେ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଭାବେ ଅବସ୍ଥାପିତ ଅଛନ୍ତି। ପବ୍ଲିକ ରିଲେସନ୍ସ ମ୍ୟାନେଜମେଣ୍ଟ କ୍ଷେତ୍ରରେ ସେ ଗତ ୧୫ ବର୍ଷ ହେବ କାର୍ଯ୍ୟରତ ଅଛନ୍ତି। ଏହି କ୍ଷେତ୍ରରେ ବିଭିନ୍ନ ନୂତନତ୍ୱ ଏବଂ କୌଶଳ ଆଣିଛନ୍ତି। ଗଣଯୋଗାଯୋଗ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ସେ ଢେଙ୍କାନାଳସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ମାସ୍‌ କମ୍ୟୁନିକେଶନ ଆଣ୍ଡ ଜର୍ନାଲିଜମର ଆଲୁମନି। ପବ୍ଲିକ ରିଲେସନ୍ସ ସୋସାଇଟି ଅଫ୍‌ ଇଣ୍ଡିଆ (ପିଆର୍‌ଏସ୍‌ଆଇ) ଭୁବନେଶ୍ୱର ଚାପ୍ଟରର ସେ ପ୍ରତିଷ୍ଠାତା ସମ୍ପାଦକ ଏବଂ ଆଇଆଇଏମ୍‌ସି ଆଲୁମୁନି ଆସୋସିଏଶନ ସଭାପତି ଅଛନ୍ତି।

Share