ବନ୍ତ,୨୪।୪(ଡି.ଏନ୍.ଏ.)-ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ରାଜ୍ୟ ସରକାର ଗୁରବାର ରାତି ୧୦ଟା ଠାରୁ ୬୦ ଘଣ୍ଟା ପାଇଁ ସମଗ୍ର ଜିଲାକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ସଟ୍ ଡାଉନ୍ ଘୋଷଣା ହେବା ପରେ ଗୁରବାର ସନ୍ଧ୍ୟାରେ ବନ୍ତ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳ ଠାରୁ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ, ବନ୍ତ-ବାରିକପୁର, ବନ୍ତ-ଆଗରପଡା ସମେତ ବିଭିନ୍ନ ରାସ୍ତାରେ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ଭଦ୍ରକ-କେନ୍ଦୁଝର ସୀମାନ୍ତ ପଥକୁ ବସନ୍ତିଆ ଠାରେ ସିଲ୍ କରାଯାଇଛି। ସଟ୍ ଡାଉନ୍ ଯୋଗୁ ବନ୍ତ ସମେତ ସମସ୍ତ ବଜାର ଗୁଡିକ ବନ୍ଦ ରହିବା ସହ ରାସ୍ତାଘାଟ ଶୂନ୍ଶାନ୍ ହୋଇଯାଇଛି।