ଭୁବନେଶ୍ୱର: ସଟ୍ଡାଉନ ସମ୍ପର୍କରେ ଡିଜିପି ଅଭୟଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭଦ୍ରକ, କଟକ, ଭୁବନେଶ୍ବରରେ ସଟ୍ଡାଉନ ସଫଳ ହୋଇଛି । ଅଞ୍ଚଳବାସୀ ଓ ପୋଲିସ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ଡିଜିପି।
ସଟ ଡାଉନ ନିୟମ ଉଲଂଘନ କରିବାରୁ ୨୭୦୦ରୁ ଅଧିକ ମାମଲା ରୁଜୁ ହୋଇଛି, ୨୪୦୦ରୁ ଅଧିକ ନିୟମ ଉଲ୍ଲଂଘନକାରୀ ଗିରଫ ହୋଇଛନ୍ତି । ୪ ହଜାରରୁ ଅଧିକ ଗାଡ଼ି ଜବତ କରିଛି ପୋଲିସ । ଗୁଜବ କିମ୍ବା ସନ୍ଦେହଜନକ ଖବର ପ୍ରଚାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଯଦି କାହା ମୋବାଇଲକୁ କିଛି ଗୁଜବ ଆସୁଛି ତାକୁ ତୁରନ୍ତ ପୋଲିସକୁ ପଠାଇ କ୍ଲାରୀଫାଏ କରାଇନିଆନ୍ତୁ। ଆଉ ପୋଲିସକୁ ତଦାନ୍ତରେ ସହଯୋଗ କରନ୍ତୁ ବୋଲି ଡିଜିପି କହିଛନ୍ତି।