Categories: ଜାତୀୟ

ସଡକ ଦୁର୍ଘଟଣାରେ ଜଣେ ସେନା ଅଧିକାରୀଙ୍କ ସମେତ ୬ ଜଣଙ୍କ ଜୀବନ ଗଲା

ଇନ୍ଦୋର,୨୯।୧୦: ମଧ୍ୟପ୍ରଦେଶର ଇନ୍ଦୋରର ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ତେଜାଜି ନଗର ଅଞ୍ଚଳରେ ଦୁଇଟି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ସେନାର ଜଣେ ଅଧିକାରୀ ସାମିଲ ଅଛନ୍ତି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

Share