ସଡକ ଦୁର୍ଘଟଣାରେ ୨ ଏନଟିପିସି କର୍ମଚାରୀଙ୍କ ଜୀବନ ଗଲା

ସୁନ୍ଦରଗଡ଼, ୩।୯(ଡି.ଏନ.ଏ.): ସୁନ୍ଦରଗଡ଼ ବାଲିଯୋରୀ ଛକରେ ମଙ୍ଗଳବାର ଏକ ସଡକ ଦୁର୍ଘଟଣାରେ ଦୁଇଜଣ ଏନଟିପିସି କର୍ମଚାରୀଙ୍କ ମୃତ ଘଟିଛି। ସେମାନେ ହେଲେ ସସ୍ମିତା କବିରାଜ ଓ ସୂର୍ଯ୍ୟକାନ୍ତ। ଉଭୟ କର୍ମଚାରୀ ଏକ ସ୍କୁଟି ଯୋଗେ ସୁନ୍ଦରଗଡ଼ରୁ ଦର୍ଲିପାଲି ଫେରୁଥିବାବେଳେ ଏମସିଏଲରୁ ଆସୁଥିବା ଏକ କୋଇଲା ବୋଝେଇ ୧୮ ଚକିଆ ଟ୍ରକ ସହିତ ଧକ୍କା ହୋଇଥିଲା। ଫଳରେ ଦୁଇଜଣ ଚକା ତଳେ ଚାପି ହୋଇଯାଇଥିଲେ। ସୁନ୍ଦରଗଡ଼ ସଦର ଥାନା ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ଏଥିସହିତ ଟ୍ରକ ମଧ୍ୟ ଜବତ କରି ଏକ ଦୁର୍ଘଟଣା ମାମଲା ରୁଜୁ କରିଛି।