‘ସଡ଼କ-୨’କୁ ନେଇ କ’ଣ କହିଲେ ପୂଜା

ମୁମ୍ବାଇ: ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡ଼କ’ର ସିକ୍ୟୁଏଲ ନିର୍ମାଣ କାମ ଆରମ୍ଭ ହୋଇଛି। ‘ସଡ଼କ’ର ମୁଖ୍ୟ ଭୂମିକାରେ ପୂଜା ଭଟ୍ଟ ଓ ସଞ୍ଜୟ ଦତ୍ତ ନଜର ଆସିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିଲେ ମହେଶ ଭଟ୍ଟ। ଏବେ କିନ୍ତୁ ଏହାର ସିକ୍ୟୁଏଲ ‘ସଡ଼କ-୨’ରେ ପୂଜା ପିତା ମହେଶଙ୍କୁ ଆସିଷ୍ଟ କରିବେ। ଏହାକୁ ନେଇ ପୂଜା ଯେତିକି ଉତ୍ସାହିତ ସେତିକି ଭୟଭୀତ। କାରଣ ଏଥିରେ ପୂଜାଙ୍କ ଭଉଣୀ ଆଲିଆ ଭଟ୍ଟ ଓ ଆଦିତ୍ୟ ରାୟ କପୁର ମୁଖ୍ୟ ଭୂମିକାରେ ଥିବା ବେଳେ ଆଲିଆଙ୍କ ସହ ପୂଜାଙ୍କର ଏକ ସିନ୍‌ ରହିଛି। ଯାହା ଚଳଚ୍ଚିତ୍ରର ମୁଖ୍ୟ ସିନ୍‌ ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ଏହାର ଶୁଟିଂ କରାଯାଇ ନ ଥିବାରୁ ପୂଜା ବହୁତ ବ୍ୟସ୍ତ ଥିବା କହିଛନ୍ତି। ଏବେ ‘ସଡ଼କ-୨’ର ଶୁଟିଂ ଉଟିରେ ଚାଲିଥିବା ବେଳେ ଆଗକୁ ଏହା ମୁମ୍ବାଇ, ଉତ୍ତରାଖଣ୍ଡ ଓ କଶ୍ମୀରରେ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Share