‘ସଡ଼କ-୨’ର ସୁଟିଂକୁ ନେଇ ଭାବୁକ ହେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ସିନେମା ‘ସଡ଼କ-୨’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଆଲିଆଙ୍କ ବାପା ମହେଶ ଭଟ୍ଟ। ଫିଲ୍ମ ସୁଟିଂର ପୂର୍ବ ଦିନ ଆଲିଆ ନିଜ ଇଷ୍ଟାଗ୍ରାମ୍‌ ସାଇଟ୍‌ରେ କ୍ଲାପ୍‌ ବୋର୍ଡ ସହ ଏକ ଇମୋସନାଲ ବାର୍ତ୍ତା ଲେଖି ପୋଷ୍ଟ କରିଛନ୍ତି। ମୋ ବାପା ଏବେ ମୋର ନିର୍ଦ୍ଦେଶକ, ଯିଏକି ଏହି କ୍ଲାପ୍‌ ବୋର୍ଡକୁ ହାତରେ ଧରିଛନ୍ତି। କିଛିଦିନ ପରେ ମୁଁ ଫିଲ୍ମର ସୁଟିଂ ଆରମ୍ଭ କରିବି, ଏଥିପାଇଁ ମତେ ଭାରି ବ୍ୟସ୍ତ ଲାଗୁଛି। ମନେହେଉଛି ଯେପରି ଏକ ଛୋଟିଆ ମୂଷା ଏକ ପାହାଡ଼ ଚଢ଼ୁଛି। ଆଶା କରୁଛି ଏହି ପାହାଡ଼ର ଶୀର୍ଷ ପର୍ଯ୍ୟନ୍ତ ମୁଁ ନିଶ୍ଚୟ ଚଢ଼ିପାରିବି ବୋଲି ଆଲିଆ ଉକ୍ତ ପୋଷ୍ଟରେ ଲେଖି ଶେୟାର କରିଛନ୍ତି।

Share