ସତ୍ତେ ପେ ସତ୍ତାର ରିମେକ୍‌: ଅମିତାଭଙ୍କ ଭୂମିକାରେ ନଜର ଆସିବେ ଋତିକ

ମୁମ୍ବାଇ,୭।୬: ୧୯୮୨ର ଆଇ ରାଜ ଏନ୍‌ ସିପ୍ପିଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ ହେବାକୁ ଯାଉଛି। ଏହି ନୂଆ ପ୍ରୋଜେକ୍ଟ ପାଇଁ ଫରାହ ଖାଁ ନିର୍ଦ୍ଦେଶନା ଭାର ତୁଲାଉଥିବା ବେଳେ, ରୋହିତ ସେଟ୍ଟୀ ପ୍ରଯୋଜନା କରୁଥିବା ଜଣାପଡ଼ିଛି। ୮୦ଦଶକର ଏହି ହିଟ୍‌ ଫିଲ୍ମରେ ଅମିତାଭ ବଚ୍ଚନ ଓ ହେମା ମାଳିିନୀଙ୍କ ଅଭିନୟକୁ ପ୍ରଶଂସକ ଆଜି ଯାଏଁ ବି ମନେ ରଖିଛନ୍ତି। ତେବେ ଏହି ରିମେକ୍‌ରେ ଅମିତାଭଙ୍କ ଚରିତ୍ରରେ ହ୍ରିତିକ୍‌ ରୋଶନ ନଜର ଆସିବେ ବୋଲି ଜଣାପଡ଼ିଛି। ଫରାହ ଖାଁ ଏନେଇ ହ୍ରିତିକଙ୍କ ସହ ଆଲୋଚନା କରିଥିବା ବେଳେ ସେ ରାଜି ହୋଇଯାଇଛନ୍ତି। ତେବେ ଏବେ ପର୍ଯ୍ୟନ୍ତ ମୁଖ୍ୟ ଅଭିନେତ୍ରୀଙ୍କ ଚୟନ ହେବା ବାକି ରହିଛି। ପୂର୍ବରୁ ଏହି ଚରିତ୍ର ପାଇଁ ଶାହରୁଖ ଓ ଅକ୍ଷୟ କୁମାରଙ୍କ ନାଁ ସାମ୍‌ନାକୁ ଆସିଥିଲା। ସାତ ଜଣ ଭାଇଙ୍କ ବଣ୍ଡିଂ ଓ କମେଡିକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମ ନିଜ ସମୟରେ ବହୁ ପପୁଲାରିଟି ହାସଲ କରିଥିଲା।

Share