‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ଆସିବେନି ହ୍ରିତିକ

ମୁମ୍ବାଇ: ବିଗ୍‌ ବି ଅମିତାଭଙ୍କ ଅଭିନୀତ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ ହେବା କଥା ଶୁଣିବାକୁ ମିଳିଥିଲା। ଆଉ ଏହାର ଲିଡ୍‌ ରୋଲରେ ହ୍ରିତିକ ରୋଶନ କାମ କରିବା ସହ ତାଙ୍କ ଅପୋଜିଟ୍‌ରେ ନାୟିକା କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ ବୋଲି କିଛିଦିନ ତଳେ ଆଲୋଚନା ହେଉଥିଲା। ହେଲେ ଏବେ ମିଳିଥିବା ଖବରରୁ ଜଣାପଡିଛି କି ହ୍ରିତିକ ଏହି ରୋଲ ପାଇଁ ରାଜି ହୋଇନାହାଁନ୍ତି। ସେ କହିଛନ୍ତି ଅମିତାଭଙ୍କର ସେ ଜଣେ ବଡ ଫ୍ୟାନ୍‌। ହେଲେ ଏବେ ସେ ତାଙ୍କ ଅଭିନୀତ ଫିଲ୍ମର ରିମେକ୍‌ କରିବେ ନାହିଁ। ପୁଣି ଯେବେ ସୁଯୋଗ ମିଳିବ ସେ ଅମିତାଭଙ୍କ ଅଭିନୀତ ଫିଲ୍ମରେ ନଜର ଆସି ପାରନ୍ତି। ସୂଚନା ଅନୁଯାୟୀ, ଏବେ ହ୍ରିତିକଙ୍କ ଅଭିନୀତ ‘ସୁପର-୩୦’ ବଲିଉଡରେ ଭଲ ବିଜନେସ୍‌ କରୁଥିବା ବେଳେ ଏହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି।

Share