ସତ୍ୟନଗରକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲା ବିଏମ୍‌ସି

ଭୁବନେଶ୍ୱର, ୮।୪(ବ୍ୟୁରୋ): ଭୁବନେଶ୍ୱର ସତ୍ୟନଗରକୁ ବୁଧବାର ବିଏମ୍‌ସି କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛି । ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଏହି ସଂକ୍ରମିତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଅର୍ଥାତ୍‌ ସେ ବାହାର ଦେଶକୁ ଯାଇ ନାହାନ୍ତି କି ଦେଶର କୌଣସି ଅଞ୍ଚଳକୁ ମଧ୍ୟ ଯାଇ ନ ଥିବା ଜଣାପଡ଼ିଛି।
ତେଣୁ ସତ୍ୟନଗର ଛକରୁ-କାଳି ମନ୍ଦିର ଛକ, କାଳି ମନ୍ଦିର ଛକରୁ-ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଅଫିସର୍ସ କ୍ୱାର୍ଟର୍ସ, ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସର୍ସ କ୍ୱାର୍ଟର୍ସରୁ ସତ୍ୟନଗର ଛକରେ ଥିବା ବିଗ୍‌ବଜାର ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ୍‌ କରାଯାଇଛି। ଏହି ଅଞ୍ଚଳ ଭିତରକୁ କାହାକୁ ଛଡ଼ା ଯିବ ନାହିଁ କିମ୍ବା ଏହା ଭିତରୁ କେହି ବାହାରକୁ ବାହାରି ପାରିବେ ନାହିଁ। ବିଏମ୍‌ସିୁ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚାଇ ଦିଅରଯିବ। କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍‌ ବନ୍ଦ ରହିବ। ଏହି ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଲାଗି ହେଲ୍‌ପ ଲାଇନ୍‌ ନମ୍ବର ୧୯୨୯ ଜାରି କରାଯାଇଛି।

Share