ସତ୍ୟନଗର ରାସ୍ତାକଡ଼ରୁ ହଟିଲା ୧୧୩ ଅସ୍ଥାୟୀ ଦେକାନ

ଭୁବନେଶ୍ୱର, ୨୭ା୨ (ବ୍ୟୁରୋ): ସତ୍ୟନଗର ମୁଖ୍ୟ ରାସ୍ତାରେ ଏବେ ଟ୍ରାଫିକ୍‌ ସମସ୍ୟା ଉତ୍କଟ ହୋଇଛି। ମୁଖ୍ୟ ରାସ୍ତାର ଦୁଇପାର୍ଶ୍ୱରେ ଶତାଧିକ ଅସ୍ଥାୟୀ ଦୋକାନ ଗଢ଼ି ଉଠୁଥିବା ବେଳେ ବୁଧବାର ସମସ୍ତ ଅସ୍ଥାୟୀ ଦୋକାନକୁ ହଟାଇ ଦିଆଯାଇଛି। ବିଏମ୍‌ସି, ବିଡିଏର ସ୍କ୍ବାଡ ଦ୍ୱାରା ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଛି। ରାସ୍ତାର ଦୁଇପାର୍ଶ୍ୱରୁ ୧୧୩ ଅସ୍ଥାୟୀ ଦୋକାନକୁ ହଟାଇ ଦିଆଯାଇଛି। ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ ଡେପୁଟି କମିଶନର ରୂପକ ପଟ୍ଟନାୟକଙ୍କ ଦ୍ୱାରା ଏ ନେଇ ବିଡିଏକୁ ଅବଗତ କରାଯିବା ପରେ ସ୍କ୍ବାଡ ପକ୍ଷରୁ ଏହି ଉଚ୍ଛେଦ କରାଯାଇଥିବା ଯୋଗସୂତ୍ର ଅଧିକାରୀ ଶୁଭ୍ରାଂଶୁ ମହାନ୍ତି କହିଛନ୍ତି। ଉଚ୍ଛେଦ କାର୍ଯ୍ୟରେ ଗୋଟିଏ ଜେସିଭି ନିୟୋଜିତ ଥିବା ବେଳେ ଦିନତମାମ ସତ୍ୟନଗର ମୁଖ୍ୟ ରାସ୍ତାରେ ଉଚ୍ଛେଦ କରାଯାଇଥିଲା।

Share