Categories: ଜାତୀୟ

ସତ୍ୟପାଲ୍‌ଙ୍କ ନିମନ୍ତ୍ରଣର ଉତ୍ତର ଦେଲେ ରାହୁଲ: ପଚାରିଲେ କେବେ ଯାଇପାରିବି କଶ୍ମୀର ?

ନୂଆଦିଲ୍ଲୀ, ୧୪।୮: ଜମ୍ମୁ-କଶ୍ମୀର ଗସ୍ତରେ ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାଜ୍ୟପାଳ ସତ୍ୟପାଲ୍‌ ମଲିକ୍‌ ନିମନ୍ତ୍ରଣ କରିଛନ୍ତି। ସତ୍ୟପାଲ୍‌ଙ୍କ ଟୁଇଟର ନିମନ୍ତ୍ରଣ ଉତ୍ତରରେ ରାହୁଲ ପଚାରିଛନ୍ତି ଯେ, ସେ କେବେ ସେଠାକୁ ଯାଇପାରିବେ। ଗସ୍ତ ଲାଗି କୌଣସି ସର୍ତ୍ତ ନ ଥିବା ରାହୁଲ କହିଛନ୍ତି। ସତ୍ୟପାଲ୍‌ କହିଛନ୍ତି ଯେ, ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ରାହୁଲଙ୍କ ଅନୁରୋଧକୁ ଗ୍ରହଣ କରାଯାଇଛି। ତାଙ୍କ ପାଇଁ ବିମାନ ପଠାଯିବ ବୋଲି ସତ୍ୟପାଲ ଟୁଇଟ୍‌ କରିଛନ୍ତି।

Share