ସତ୍ୟବାଦୀ ବିଦ୍ୟାପୀଠ ବିଜ୍ଞାନ କ୍ଲବକୁ ଗୋଲ୍ଡ କ୍ଲବ ସମ୍ମାନ

ଉଲୁଣ୍ଡା/ଅମରପାଲି, ୨୩।୬(ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥରସ୍ଥିତ ସତ୍ୟବାଦୀ ବିଦ୍ୟାପୀଠର ବିଜ୍ଞାନ କ୍ଲବକୁ ଚଳିତ ବର୍ଷର ଗୋଲ୍ଡ କ୍ଲବ ସମ୍ମାନ ପ୍ରଦାନ କରାଯାଇଛି । ଛାତ୍ରୀଛାତ୍ରଙ୍କ ପାଇଁ ରୁଚିପୂର୍ଣ୍ଣ ଶ୍ରେଣୀ ଶିକ୍ଷାଦାନ ଓ ଜନସାଧାରଣଙ୍କଠାରେ ବିଜ୍ଞାନ ସଚେତନତା ସୃଷ୍ଟି ଯୋଗୁଁ କ୍ଲବ ଏହି ସମ୍ମାନ ପାଇଛି । ଓଡିଶାରେ କାର୍ଯ୍ୟ କରୁଥିବା ୨୨୪ ସକ୍ରିୟ ବିଜ୍ଞାନ କ୍ଲବ ମଧ୍ୟରୁ ସତ୍ୟବାନୀ ବିଜ୍ଞାନ କ୍ଲବକୁ ଲଗାତାର ଦୁଇ ବର୍ଷ ଧରି ସିଲଭର କ୍ଲବ ଓ ଚଳିତ ବର୍ଷ ପାଇଁ ଗୋଲ୍ଡ କ୍ଲବ ସମ୍ମାନ ମିଳିଥିବାରୁ ସାରା ଜିଲାରେ ଖୁସିର ଲହରି ଦେଖାଯାଇଛି । କ୍ଲବ ସଂଯୋଜକ ରାଧେଶ୍ୟାମ ପୁରୋହିତଙ୍କ ସୂଚନାମତେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରୟୁକ୍ତି ବିଦ୍ୟା ବିଭାଗ ଅନ୍ତର୍ଗତ ବିଜ୍ଞାନପ୍ରସାର ନୂଆଦିଲ୍ଲୀ ସହ ସହବନ୍ଧିତ ୨୪୦୦ସକ୍ରିୟ ବିଜ୍ଞାନ କ୍ଲବକୁ ବର୍ଗିକରଣ ପାଇଁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଇ ପ୍ରକ୍ରିୟାରେ ବିଜ୍ଞାନପ୍ରସାର, ଏନସିଇଆରଟି ଓ ଜାତୀୟ ବିଜ୍ଞାନ ସଂଗ୍ରହାଳୟର ପ୍ରତିଷ୍ଠିତ ବୈଜ୍ଞାନୀକଗଣ ନିୟୋଜିତ ହୋଇଥିଲେ। ନିଜନିଜ ଅଞ୍ଚଳରେ ଛାତ୍ରୀଛାତ୍ର ତଥା ଜନସାଧାରଣଙ୍କଠାରେ ବିଜ୍ଞାନ ସଚେତନତା ସୃଷ୍ଟି ଓ ଶିକ୍ଷାଦାନରେ ଅଭିନବ ଶୈଳୀର ପ୍ରୟୋଗକୁ ଆଧାର ଭାବେ ନେଇ ଜାତୀୟସ୍ତରରେ ୫ଟି କ୍ଲବକୁ ପ୍ଲାଟିନମ୍‌, ୫୭ଟି କ୍ଳବକୁ ଗୋଲ୍ଡ, ୬୦ଟି କ୍ଲବକୁ ସିଲଭର ଓ ୧୧୧ଟି କ୍ଲବକୁ ବ୍ରୋଞ୍ଜ ମାନ୍ୟତା ପ୍ରଦାନ କରାଯାଇଥିଲା। ସେହିପରି ଓଡିଶାରେ କାର୍ଯ୍ୟରତ ୨୨୪ଟି ସକ୍ରିୟ କ୍ଲବ ମଧ୍ୟରୁ କଳାହାଣ୍ଡି, କନ୍ଧମାଳ, ଭଦ୍ରକ ଓ ଗଞ୍ଜାମ ଜିଲାରୁ ଗୋଟିଏ ଗୋଟିଏ କରି ମୋଟ ୪ଟି କ୍ଲବକୁ ବ୍ରୋଞ୍ଜ ଓ ଖୋର୍ଦ୍ଧା ଜିଲାରୁ ୨ଟି ଏବଂ ବାଳେଶ୍ୱର ଓ ଗଞ୍ଜାମ ଜିଲାରୁ ଗୋଟିଏ ଗୋଟିଏ କରି ମୋଟ ୪ଟି କ୍ଲବକୁ ସିଲଭର ଓ ସତ୍ୟବାଦୀ ବିଜ୍ଞାନ କ୍ଲବକୁ ଗୋଲ୍ଡ କ୍ଲବ ସମ୍ମାନ ପାଇଁ ମନୋନୀତ ହୋଇଥିବା କ୍ଲବ ସଂଯୋଜକ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ରାଧେଶ୍ୟାମ ପୁରୋହିତ ପ୍ରକାଶ କରିଛନ୍ତି । ସତ୍ୟବାଦୀ ବିଜ୍ଞାନ କ୍ଲବର ଏହି ସଫଳତା ଜିଲାର ଅନ୍ୟ ସ୍କୁଲମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ଡିଇଓ ପୁଷ୍ପ ମିଞ୍ଜ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ଡ୍ରାଇଭର କହିଲେ କାହିଁକି ୨ ଭାଜପା ନେତାଙ୍କୁ ହତ୍ୟା କରିଥିଲେ 

ସମ୍ବଲପୁର,୭।୧: ଭାଜପା ନେତ୍ରାଙ୍କୁ ହତ୍ୟା ପଛର କାରଣ କହିଲେ ଡ୍ରାଇଭର ପ୍ରସନ୍ନ ଜେନାମଣି। ସେ କହିଛନ୍ତି,  ଭାଜପା ନେତାଙ୍କ କାରକୁ ମୋ ସହ ଝଗଡ଼ା କରିଥବା...

ଦୁଇ ଭାଜପା କର୍ମୀଙ୍କ ଉପରେ ଜାଣିଶୁଣି ହାଇଓ୍ବା ମଡ଼ାଇ ଦେଲେ ଚାଳକ, ଲିଭିଗଲା ୨ ଜୀବନଦୀପ

ସମ୍ବଲପୁର,୫ା୧(ପ୍ରମୋଦ ବହିଦାର): ବୁର୍ଲାଥାନା ଅନ୍ତର୍ଗତ ଆ.କଟାପାଲି ନିକଟରେ ବିଳମ୍ବିତ ରାତିରେଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବରିଷ୍ଠ ଭାଜପା କର୍ମୀଙ୍କ ମୃତ୍ୟୁ ଘଟିଛି। ହାଇଓ୍ବା ଧକ୍କାରେ...

ସମ୍ବଲପୁରରେ ବଡ଼ଧରଣର ଲୁଟ୍‌

ସମ୍ବଲପୁର,୩।୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ଥାନା ବୁଢ଼ାରଜା ଛକସ୍ଥିତ ମଣପୁରମ୍‌ ଗୋଲ୍ଡ ଲୋନ ସଂସ୍ଥାରୁ ଶୁକ୍ରବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ମଣପୁରମ୍‌...

ସମ୍ବଲପୁରରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା, ପ୍ରବଳ ଉତ୍ତେଜନା

ସମ୍ବଲପୁର,୨ା୧(ପ୍ରମୋଦ ବହିଦାର): ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସହରରେ ପୁନର୍ବାର ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ଗୁରୁବାର ସକାଳ ୬ଟାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ...

ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ସମାଗମ

ସମ୍ବଲପୁର,୨୨।୧୨(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ସମାଗମ ଆରମ୍ଭ ହୋଇଛି। ସୁବିସ୍ତୀର୍ଣ୍ଣ ଆର୍ଦ୍ରଭୂମିର ଅନୁକୂଳ ପରିବେଶ ପ୍ରତି ଆକର୍ଷିତ ହୋଇ ସୁଦୂର ୟୁରୋପ, ଆମେରିକା...

ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଦ୍ୱିତୀୟ ଦିନରେ ଚଢାଉ ଜାରି

ସମ୍ବଲପୁର,୧୯ା୧୨(ପ୍ରମୋଦ ବହିଦାର): ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ ତଥା ସମ୍ବଲପୁରର ଅନ୍ୟତମ ସ୍ବେଚ୍ଛାସେବୀ ସଂଗଠନ ବିଶ୍ବ(ଭାରତ ଇଣ୍ଟିଗ୍ରେଟେଡ ସୋସିଆଲ ଓ୍ବେଲଫେୟାର ଏଜେନ୍ସି)ର ପ୍ରତିଷ୍ଠାତା ତଥା...

୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ଚଢ଼ାଉ

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ତଥା ସମ୍ବଲପୁରର ଅନ୍ୟତମ ସ୍ବେଚ୍ଛାସେବୀ ସଂଗଠନ ବିଶ୍ବ(ଭାରତ ଇଣ୍ଟିଗ୍ରେଟେଡ୍‌ ସୋସିଆଲ ଓ୍ବେଲଫେୟାର ଏଜେନ୍ସି)ର...

ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ସମ୍ବଲପୁର,୭।୧: ସମ୍ବଲପୁର ଜିଲା ରେଙ୍ଗାଲି ରମ୍ପେଲା ଛକ ନିକଟରେ ଶନିବାର ଏକ ଏନ୍‌କାଉଣ୍ଟର ହୋଇଛି। ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୀବ କରାଳି ଆହତ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri