ସତ୍ୟସୁନ୍ଦର ପତିଙ୍କ ଯାତ୍ରା: ଗାଁରୁ ଧଉଳି ଭାୟା ଉତ୍ତର ବାଲେଶ୍ୱର

ଧଉଳି ଗଣନାଟ୍ୟ ପ୍ରାୟୋଜିତ ଚଳିତବର୍ଷର ନାଟକ ସବୁ ଦେଖିଥିବା ଯାତ୍ରାପ୍ରେମୀମାନଙ୍କୁ ବୁଝାଇ କହିବାକୁ ହେବନାହିଁ ଯେ, ସତ୍ୟସୁନ୍ଦର ପତି କିଏ? ୨୦୧୮-୧୯ ଯାତ୍ରା ବର୍ଷରେ ପେସାଦାର ଯାତ୍ରାନୁଷ୍ଠାନରେ ପାଦ ଥାପିଥିବା ସତ୍ୟ ନୂଆ ହେଇପାରନ୍ତି ସତ; ମାତ୍ର ତାଙ୍କ ଅଭିନୟ କଦାଚିତ ନୂଆ ନୁହେଁ। ପିଲାଟି ବେଳୁ ସେ ଯଦି କାହାକୁ ଭଲପାଇ ବସିଥିଲେ ତା’ହେଲେ ତାହା ହେଉଛି ଯାତ୍ରା। ସତ୍ୟଙ୍କ ଜନ୍ମ ବାଲେଶ୍ୱର ରେମୁଣା ଅନ୍ତର୍ଗତ ରାଉତରାପୁର ଗ୍ରାମରେ। ବାପା ଚିନ୍ତାମଣି ପତି ଜଣେ ରିଟାୟାର୍ଡ଼ ଆର୍ମି ଅଫିସର। ମା’ ସରସ୍ବତୀ ଦେବୀ ଜଣେ ସୁଗୃହିଣୀ। ତାଙ୍କରି କୋଳରେ ଜନ୍ମ ହୋଇଥିବା ସତ୍ୟ ପିଲାଟି ବେଳୁ ଆକର୍ଷିତ ହୁଅନ୍ତି କଳାଜଗତ ପ୍ରତି। ଗଁାରେ ଦୋଳ, ମକର ଆଦି ପର୍ବପର୍ବାଣିରେ ଯାତ୍ରା ହୁଏ। ବହୁ ବଡ଼ ବଡ଼ ମାଷ୍ଟରମାନେ ଆସି ଯାତ୍ରା ଶିଖାନ୍ତି। ରାତି ରାତି ଯାତ୍ରା ହୁଏ। ତାହାକୁ ଦେଖ ତ୍ଦେଖି ସତ୍ୟ ନିଜକୁ ଜଣେ କଳାକାର ଭାବରେ ତିଆରି କରୁଥାନ୍ତି। ବଡ଼ହେବା ପରେ ସତ୍ୟ ନିଜେ ମୁହଁରେ ପାଉଡର ମାଖି ଓହ୍ଲାନ୍ତି ମଞ୍ଚ ଉପରକୁ। ତାଙ୍କର ଡେଙ୍ଗା ଚଉଡ଼ା ଚେହେରା ଦେଖି ମାଷ୍ଟରମାନେ ତାଙ୍କୁ ଖଳନାୟକ କରିବାକୁ ଦିଅନ୍ତି। ଆଉ ସତ୍ୟଙ୍କୁ ବି ବେଶ୍‌ ଫିଟ୍‌ ହୁଏ ଖଳ ଚରିତ୍ରର ଭୂମିକା। ଗାଁରେ ଅଭିନୟ କରିବା ପରେ ସତ୍ୟଙ୍କୁ ପ୍ରଚୁର ପ୍ରଶଂସା ଓ ବାହାବା ମିଳେ। ଗାଁର କଳାପ୍ରେମୀ ପଡ଼ୋଶୀମାନେ ତାଙ୍କୁ କହନ୍ତି ଅଭିନୟ ଜାରି ରଖିବା ପାଇଁ। ବାପାମା’ଙ୍କର ମଧ୍ୟ କୌଣସି ଆପତ୍ତି ନ ଥାଏ। ସତ୍ୟ ଏଥର ଗାଁ ଛାଡ଼ି ଚାଲି ଯାଆନ୍ତି ଉତ୍ତର ବାଲେଶ୍ୱର। ଉତ୍ତର ବାଲେଶ୍ୱରେ ରହିଛି ଏକାଧିକ ଯାତ୍ରାପାର୍ଟି। ସେଠାରେ ତାଙ୍କୁ ଅଭିନୟ କରିବାର ଭରପୂର ସୁଯୋଗ ମିଳେ। ତିନିବର୍ଷ ସେହି ଉତ୍ତର ବାଲେଶ୍ୱର ପାର୍ଟି ସମୂହରେ ଯାତ୍ରା କରି ନିଜକୁ ପରିପକ୍ୱ କରନ୍ତି। ତାଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼େ ଯେ, ସେ ଜଣେ ଅଭିନେତା ହୋଇପାରିବେ। ଏହି ସମୟକାଳ ଭିତରେ ତାଙ୍କର ଭେଟ ହୁଏ ଅଭିନେତା ଗୌର ଦାସଙ୍କ ସହିତ। ଗୌର ତାଙ୍କୁ ପ୍ରୋତ୍ସାହିତ କରନ୍ତି। ଆଉ ପ୍ରସ୍ତାବ ଦିଅନ୍ତି ଯେ, ସେ ପେସାଦାର ପାର୍ଟିକୁ ଆସିବା ଉଚିତ। ସେତିକି ନୁହେଁ, ଗୌର ହିଁ ତାଙ୍କୁ ନେଇ ଆସନ୍ତି ଧଉଳି ଗଣନାଟ୍ୟକୁ। ୨୦୧୮ ଯାତ୍ରା ସିଜନ୍‌ରେ ଧଉଳି ଗଣନାଟ୍ୟରେ ନିଜର ପେସାଦାର କଳାକାର ଜୀବନର ଅୟମାରମ୍ଭ କରନ୍ତି। ଧଉଳି ଗଣନାଟ୍ୟରେ ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି – ‘କହ ଗୌରଦାସ କାହାର ଦୋଷ’, ‘କିଛି ଲୁହ ପିଇଯାଏ ଓଠ’, ‘କଳାକାହ୍ନୁ ମୋର କାଳିଆ ସୁନା’ ଏବଂ ‘କଳିଯୁଗର ରାମାୟଣ’। ‘କହ ଗୌରଦାସ କାହାର ଦୋଷ’ ନାଟକରେ ସତ୍ୟଙ୍କର ଭୂମିକା ସେ ମନ୍ତ୍ରୀଙ୍କ ପିଏ। ‘କିଛି ଲୁହ ପିଇଯାଏ ଓଠ’ରେ ସେ ଜଣେ ନେଗେଟିଭ ସାନଭାଇ। ଅବଶ୍ୟ ‘କଳାକାହ୍ନୁ…’ରେ ସେ ପଜିଟିଭ ଭୂମିକାରେ ଆସିଛନ୍ତି। ମାତ୍ର ‘କଳିଯୁଗ…’ ନାଟକରେ ତାଙ୍କର ନେଗେଟିଭ୍‌। ପଜିଟିଭ୍‌ ଅପେକ୍ଷା ନେଗେଟିଭ୍‌ ଭୂମିକାରେ ବେଶି କମ୍ଫର୍ଟ ସତ୍ୟ। ସେ କହନ୍ତି : କାହାଣୀଟିଏ ଅଛି, ପରିବାରଟିଏ ଅଛି, ସମାଜଟିଏ ଅଛି ମାନେ ଖଳ ଚରିତ୍ରଟିଏ ଅଛି। ନ ହେଲେ ନା କାହାଣୀ ସୁନ୍ଦର ନା ପରିବାର ସୁନ୍ଦର ନା ସମାଜ ସୁନ୍ଦର।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ହାତ ଧରିଲେ ଗାୟକ ଅରମାନ୍‌

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଗାୟକ ଅରମାନ୍‌ ମଲିକ। ସେ ପ୍ରେମିକା ଆଶ୍‌ନା ଶ୍ରଫ୍‌ଙ୍କ ହାତ ଧରିଛନ୍ତି। ଗୁରୁବାର ସକାଳେ ନିଜ ବିବାହର କିଛି...

ଯିଏ ବଳାତ୍କାର କରିଥିଲେ, ତାଙ୍କ ନାଁ ରଖିଦେଲେ; ପୁଅ ନାଁକୁ ନେଇ ସୈଫ ଅଲ୍ଲୀ ଖାନ୍‌ଙ୍କୁ ଟାର୍ଗେଟ କଲେ…

ମୁମ୍ବାଇ: ପୁଣି ନିଜ ବୟାନକୁ ନେଇ ଚର୍ଚ୍ଚାରେ କବି କୁମାର ବିଶ୍ୱାସ। ନିକଟରେ ସେ ସୋନାକ୍ଷୀ ସିହ୍ନା ଏବଂ ଜାହିରଙ୍କ ବିବାହକୁ ନେଇ କଟାକ୍ଷ କରିଥିଲେ।...

ଏହି ଅଭିନେତ୍ରଙ୍କୁ ବୋହୂ କରିବେ ଶାହାରୁଖ? ବଲିଉଡରେ ଆସିଛନ୍ତି ନଜର

ମୁମ୍ବାଇ: ନୂଆ ବର୍ଷ ଆରମ୍ଭ ହୋଇଛି। ବଲିଉଡରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଇଛି। ଏହି ସମୟରେ ଶାହାରୁଖ ଖାନଙ୍କ ବଡ ପୁଅ ଆର୍ଯ୍ୟନ ଖାନ...

ଜ୍ୟାକ୍‌ଲିନ୍‌ଙ୍କ ଡିନର ପାର୍ଟି

ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌ ଯାହା କହିଥିଲେ ତାହା ପୂରଣ କରିଛନ୍ତି। ‘ଫତେ’ ଫିଲ୍ମର ଶୁଟିଂ ଶେଷହେବା ସମୟରେ ସେ ୟୁନିଟ୍‌ ସଦସ୍ୟଙ୍କୁ ଏକ ଡିନର...

୩ରେ ରିଲିଜ ହେବ ଓ୍ବାଇଫ୍‌

ଓଲିଉଡ୍‌ର ଅନ୍ୟତମ ନାମୀ ପ୍ରଯୋଜକ ବିଜୟ କାନ୍ଦୋଇ ଭିନ୍ନ ଧରଣର କାହାଣୀକୁ ନେଇ ଏବେ ଏକ ନୂଆ ସିନେମା ନିର୍ମାଣ କରିଛନ୍ତି। ଏହି ଫିଲ୍ମଟିର ଟାଇଟଲ...

ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଇଲିଆନା, ନୂଆବର୍ଷରେ ପୋଷ୍ଟ କରି କଲେ ଆଶ୍ଚର୍ଯ୍ୟ

ମୁମ୍ବାଇ: ଦ୍ୱୀତିୟଥର ମା’ ହେବାକୁ ଯାଉଛନ୍ତି ବଲିଉଡ ନାୟିକା ଇଲିଆନା ଡି’କୃଜ୍। ନୂଆବର୍ଷରେ ଇଲିଆନା ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟରୁ ଏହି ଚର୍ଚ୍ଚା ହେଉଛି।...

ତୃତୀୟ ବିବାହକୁ ନେଇ ମୁହଁ ଖୋଲିଲେ ଶ୍ୱେତା ତିଓ୍ବାରୀ

ମୁମ୍ବାଇ: ଅଭିନେତା ବିଶାଲ ଆଦିତ୍ୟ ସିଂଙ୍କ ସହ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଶ୍ୱେତା ବିଶାଲଙ୍କୁ ପ୍ରେମ କରୁଛନ୍ତି ଏବଂ...

ଶେଷରେ ଅଲଗା ହେଲେ ବ୍ରାଡ ପିଟ-ଆଞ୍ଜେଲିନା ଜୋଲି

ହଲିଉଡ ତାରକା ବ୍ରାଡ ପିଟ ଏବଂ ଆଞ୍ଜେଲିନା ଜୋଲି ୮ ବର୍ଷର ଆଇନଗତ ଯୁଦ୍ଧ ପରେ ପରସ୍ପରକୁ ଛାଡପତ୍ର ଦେଇଛନ୍ତି। ହଲିଉଡ ଦମ୍ପତି ସେମାନଙ୍କ ସର୍ତ୍ତାବଳୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri