ସତ୍‌ କହେଲେ ଭାରପ୍ରାପ୍ତ ଚିକିତ୍ସା ଅଧ୍‌କାରୀ; ଧରାପଡ଼ଲା ପିଏଚ୍‌ଇଓକଁର ମିଛ୍‌

ଲୋଇସିଂହା,୨୦।୬(ଡି.ଏନ.ଏ)  ସୁଆସ୍‌ତିଅ ସଚେତନତାର ଲାଗି ସରକାର ଲାଖ୍‌ ଲାଖ୍‌ ଟଁକା ପାଏନ୍‌ ମିତାର ଖରଚ୍‌ କରୁଛନ୍‌। ହେଲେ ବିଭାଗୀୟ ଅଧ୍‌କାରୀ, କରମ୍‌ଚାରୀମାନକର ଅବହେଲରୁ ସୁଆସ୍‌ତିଅ ସଚେତନତା କାଯ୍‌କରମ ଜନସାଧାରନକଁର ପାସକେ ପୁହୁଁଚି ନାଇଁ ପାରବାର। ଇଆଡ଼େ ସଚେତନତା ଅଭାବୁ ଗାଁଗଁଡ଼ାମାନକେ ନାନା ପରକାର ସୁଆସ୍‌ତିଅ ସମସିଆ ବଢ଼ି ଚାଲିଥିବାର ଅଭିଯୋଗ ହେଉଛେ। ଗଲା ୧୭ ତାରିଖ ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ ହେବାକେ ଥିବାର ଆଇଡିସିଏମ୍‌ କାଯ୍‌କରମ ନାଇଁ ହେଇଥିବାର ଅଭିଯୋଗ ହେଇଥିଲା। ଇ ବାବ୍‌ଦେ ମଙ୍ଗଲବାର ସୁଆସ୍‌ତିଅ କେନ୍ଦ୍ରର ଚିକିତ୍ସା ଅଧ୍‌କାରୀ ସ୍ମିତା ଶତପଥୀକୁଁ ପଚରାଲାରୁ ସେଦିନ ମୁଇଁ ବଲାଙ୍ଗୀର କାଯ୍‌କରମରେ ଉପସ୍ଥିତ ଥିଲି। ଇ ବିଷେରେ ପିଏଚ୍‌ଇଓକୁଁ ବୁଝି କହିପାରମି ବଲି ସେ କହିଥିଲେ। ଇଆଡ଼େ ଘଟନା ବାବ୍‌ଦେ ପିଏଚ୍‌ଇଓ ରମେଶ ସାହୁକୁଁ ପଚରାଲାରୁ ସୁଆସ୍‌ତିଅ ଅଧ୍‌କାରୀକଁର ଉପସ୍ଥିତିରେ କାଯ୍‌କରମ ହେଇଥିବାର ସେ କହିଥିଲେ। ଅଭିଯୋଗ ହେଲା ଉତାରୁ ବୁଧବାର ବିଭାଗ ତରଫୁ ସ୍ବାସ୍ଥ୍ୟ କେନ୍ଦ୍ରର ସଭା କୁଠିଥି କେତେ ଆଶା କରମୀକୁଁ ଠୁଲେଇ ସେ କାଯ୍‌କରମ ହେଇଥିବାର ବୁଧିଜୀବୀ ମହଲରେ ଗୁଟେ ଚରଚାର ବିଷେ ହେଇଛେ। ଆଗ୍‌କେ ବରଷା ଦିନ୍‌ ମାଡ଼ି ଆସୁଛେ। ଇତାକେ ଦୁରୁଷ୍‌ଟିରେ ରଖି ଜଲବାହିତ ରୋଗ୍‌କେ ଆଏତେ ରଖବାର ଲାଗି ସୁଆସ୍‌ତିଅ କରମଚାରୀ ଆର ଜନସାଧାରନକୁଁ ନେଇ ଇ କାଯ୍‌କରମ ପାଲନ କରବାର ମୁଖିଆ ଉଦେଶ୍‌। ୧୭ ଜୁନରୁ ୧୬ ଜୁଲାଇ ତକ୍‌ ଆଶା କରମୀମାନେ ଘରକେ ଘର ବୁଲି ସଚେତନତା ସୁରୁଷ୍‌ଟି କରବାର ସଂଗେ ଓଆର୍‌ଏସ୍‌ ପାଉଡର, ପିଇଲା ପାଏନ୍‌ ବିଶୋଧନ ଲାଗି ଉଷୋ ବାଁଟ୍‌ବେ। ହେଲେ ବିଭାଗୀୟ କରମ୍‌ଚାରୀକଁର ଅବହେଲାରୁ ଏନ୍‌ତା ଅନେକ୍‌ ସୁଆସ୍‌ତିଅ ସଚେତନତା କାଯ୍‌କରମ ଖାଲି କାଗଜ କଲମରେ ପାଲିତ ହେଉଥିବାର ଅଭିଯୋଗ ହେଉଛେ।