ଇସଲାମାବାଦ୍, ୧୯।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସ୍ଥିତି ଏବେ ସଙ୍କଟରେ ରହିଛି। କହୁ କହୁ ସେ ସତ କଥା କହିଥିବାରୁ ପାକିସ୍ତାନୀ ସୈନ୍ୟ ବାହିନୀ ଓ ଇମ୍ରାନ୍ ସରକାରଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ଇମ୍ରାନ୍ ଏକ ସାକ୍ଷାତ୍କାରରେ କହିଥିଲେ ଯେ, ଭାରତ ପାକିସ୍ତାନ ଅଧିକୃତ କଶ୍ମୀରରେ ବାଲାକୋଟ୍ଠାରୁ ବନ ଧରଣର ଆକ୍ରମଣ କରିବାର ଆଶଙ୍କା ରହିଛି। ଏପର୍ଯ୍ୟନ୍ତ ପାକିସ୍ତାନୀ ସୈନ୍ୟ ବିଭାଗ ବାଲାକୋଟ ଏୟାର ଷ୍ଟ୍ରାଇକ୍ରେ କ୍ଷୟକ୍ଷତି ହୋଇ ନ ଥିବା କହି ଆସୁଥିଲା। ତେବେ ଇମ୍ରାନ୍ଙ୍କ ମନ୍ତବ୍ୟ ଯୋଗୁ ସବୁ ସତ ବାହାରକୁ ଆସିଯାଇଛି। ଫଳରେ ପାକିସ୍ତାନ ସରକାର ଏବଂ ସୈନ୍ୟ ବିଭାଗ ମଧ୍ୟରେ ବିବାଦ ଦେଖାଦେଇଛି।