Advertisement

ସତ ହେଲା ଟ୍ବିଙ୍କିଲଙ୍କ ଭବିଷ୍ୟବାଣୀ!

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଭୟଭୀତ ଅବସ୍ଥାରେ ଥିବା ବେଳେ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଘରେ ରହି କରୋନା ସହ ଲଢିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମହାମାରୀ ସହ ଲଢିବାକୁ ବହୁ ସେଲିବ୍ରିଟି ସହାୟତାର ହାତ ବଢାଇଛନ୍ତି। ଏହି କ୍ରମରେ ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ୨୫ କୋଟି ଟଙ୍କା ଦାନ କରିଛନ୍ତି। ଆଉ ଏବେ ଅକ୍ଷୟଙ୍କ ପତ୍ନୀ ଟ୍ବିଙ୍କଲ ଏମିତି ଏକ କଥା କହିଛନ୍ତି ଯାହା ସମସ୍ତଙ୍କ ଦୃଷି ଆକର୍ଷଣ କରିଛି। ସେ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରି କହିଛନ୍ତି ଏବେ ଯେଉଁ ପରିସ୍ଥିତି ଉପୁଜିଛି, ୨୦୧୫ ସେ ଏମିତି ଏକ କଥା ଅନୁମାନ କରିଥିଲେ। ଏ ସମ୍ପର୍କରେ ସେ ଏକ ଷ୍ଟୋରି ଆଇଡିଆ କରିବା ସହ ତାଙ୍କ ଏଡିଟର ଚିକ୍କି ସରକାରଙ୍କ ସହ ମଧ୍ୟ ଏହାକୁ ନେଇ ଆଲୋଚନା କରିଥିବା ସେ କହିଛନ୍ତି। ତେବେ ୨୦୧୫ରେ ଟ୍ବିଙ୍କିଲ ଯାହା ଅନୁମାନ କରିଥିଲେ ତାହା ଏବେ ସତ ହୋଇଛି ବୋଲି ସେ ପରୋକ୍ଷରେ କହିଛନ୍ତି। ସୂଚନାଯୋଗ୍ୟ, ବିବାହ ପରେ ଟ୍ବିଙ୍କଲ ଅଭିନୟ କରୁନାହାନ୍ତି ସତ, ହେଲେ ଷ୍ଟୋରି ଲେଖିବା ଓ ଇଣ୍ଡରିୟର ଡିଜାଇନରେ ନିଜକୁ ବ୍ୟସ୍ତ ରଖୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share