Categories: ଫୁରସତ

ସତ ହେଲା ବାଇବେଲର କାହାଣୀ

ତେଲଆଭିଭ୍‌: ବାଇବେଲରେ ଥିବା ଏକ କାହାଣୀ ଅନୁସାରେ ଏବେ ପ୍ରତ୍ନତତ୍ତ୍ୱବିଦମାନେ ଏଭଳି ଏକ ସ୍ଥାନ ସମ୍ପର୍କରେ ସୂଚନା ପାଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୁସ୍ତକରେ ଥିବା ଏକ ଗପ ଅନୁସାରେ ଏଭଳି ଏକ ସ୍ଥାନ ଥିଲା ଯାହା ସ୍ବତନ୍ତ୍ରଭାବେ ପଥରରେ ବେଦି ଭଳି ତିଆରି ହୋଇଥିଲା। ଏଇ ବେଦି ଉପରେ ଇସଲାମ ଧର୍ମର ଲୋକେ ଶାନ୍ତିର ପ୍ରସାଦ ତିଆରି କରୁଥିଲେ ବୋଲି ଗପରେ ବର୍ଣ୍ଣନା ରହିଛି। ପ୍ରତ୍ନତତ୍ତ୍ୱବିଦ୍‌ ଏଡମ୍‌ ଜର୍ଣ୍ଣାଲଙ୍କ କହିବା ଅନୁସାରେ ମାଉଣ୍ଟ ଏବଲ ସହିତ ଇସ୍ରାଏଲର ମାନସେହ ଠାରେ ଭୂମି ସର୍ବେକ୍ଷଣ ସମୟରେ ଜଣାପଡ଼ିଛି କି ୧୫୦ ମିଟର ତଳେ ଏଭଳି ଏକ ସ୍ଥାନ ରହିଛି ଯାହା ଗପରେ ବର୍ଣ୍ଣିତ ସ୍ଥାନ ଭଳି ଜଣାପଡ଼ିଛି।
ଇତିହାସରୁ ଜଣାପଡ଼ିଛି କି ଅତୀତରେ ଏହି ସ୍ଥାନ ଏକ ପବିତ୍ର ତଥା ଧାର୍ମିକ ସ୍ଥାନଭାବେ ପରିଚିତ ଥିଲା। ଇସ୍ରାଏଲର ଅଧିକାଂଶ ପ୍ରତ୍ନତତ୍ତ୍ୱବିଦ୍‌ଙ୍କ ଅନୁସାରେ ଲୌହ ଯୁଗରେ ମାନସେହର ଏହି କ୍ଷେତ୍ରରେ ଧାର୍ମିକ କାର୍ଯ୍ୟ ହେଉଥିଲା। ଏହି ସ୍ଥାନ ସମ୍ପର୍କରେ ଜଣାପଡ଼ିବା ପରେ ଏବେ ବାଇବେଲର କାହାଣୀରେ ବର୍ଣ୍ଣିତ ହୋଇଥିବା ସେହି ପବିତ୍ର ବେଦି ନେଇ ଚର୍ଚ୍ଚା ହେଉଛି।

Share