ସଦାଚାର ଗୃହ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର,୨୭।୮(ବ୍ୟୁରୋ)- ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ସଦାଚାର ଗୃହ କମିଟିର ପ୍ରଥମ ବୈଠକ ବିଧାନସଭାର ୫୩ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷ ସମସ୍ତ ସଦସ୍ୟମାନଙ୍କୁ ସ୍ବାଗତ କରିଥିଲେ। ଏହାପରେ କମିଟିର ଭବିଷ୍ୟତ କାର୍ଯ୍ୟପନ୍ଥା ଓ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଏହି କମିଟିର ସଭ୍ୟା/ସଭ୍ୟଥିବା ବିଧାୟକ ପ୍ରଦୀପ କୁମାର ଅମାତ, ପ୍ରଫୁଲ୍ଲ କୁମାର ସାମଲ, ସ୍ନେହାଙ୍ଗିନୀ ଛୁରିଆ, ପ୍ରଶାନ୍ତ କୁମାର ମୁଦୁଲି, ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ଶଙ୍କର ଓରାମ୍‌, ଦାଶରଥୀ ଗୋମାଙ୍ଗୋ, ପ୍ରିତମ ପାଢ଼ୀ, ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲା, ଜୟନ୍ତ କୁମାର ଷଡଙ୍ଗୀ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ ।