ସଦାନନ୍ଦପୁରରୁ ବ୍ରାଉନସୁଗାର ଜବତ: ଜଣେ ଗିରଫ

ଭଦ୍ରକ ଅଫିସ,୬।୧୨: ଭଦ୍ରକ ଜିଲା ତିହିଡ଼ି ଥାନା ସଦାନନ୍ଦପୁରରୁ ଶୁକ୍ରବାର ୮୪ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। କଟକ ଅବକାରୀ ଫ୍ଲାଇଂ ସ୍କ୍ବାଡ ଓ ଭଦ୍ରକ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ସଦାନନ୍ଦପୁରର ଚନ୍ଦନ କୁମାର ପାଢ଼ୀ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୮ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।