ବିଜେପୁର,୧୩।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ଆଉ ମାତ୍ର ଏକ ସପ୍ତାହ ରହିଛି। ତେଣୁ ବିଭିନ୍ନ ଦଳ ପକ୍ଷରୁ ବରିଷ୍ଠ ନେତାମାନେ ଏହି ଅଞ୍ଚଳରେ ପ୍ରଚାରର ମଙ୍ଗ ଧରିଲେଣି। ଏହିକ୍ରମରେ ରବିବାର ପୂର୍ବତନ ଏମ୍ପି ବୈଜୟନ୍ତ ପଣ୍ଡା ବିଜେପୁର ଅଞ୍ଚଳରେ ଭାଜପା ପ୍ରାର୍ଥୀ ସନତ କୁମାର ଗଡ଼ତିଆଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି। ସ୍ବାଧୀନତା ସଂଗ୍ରାମୀ ପୀଠ ସମଲାଇପଦରସ୍ଥିତ ସଂଗ୍ରାମୀ କ୍ଲବରେ ଏକ ସଭା ହୋଇଥିଲା। ବୈଜୟନ୍ତ ଯୋଗଦେଇ ଭାଜପାକୁ ମତଦାନ କରିବା ଲାଗି ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି। କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ୱର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଶାନ୍ତ ଷଡ଼ଙ୍ଗୀ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ସୁନାଫୁଲ ସେଠ୍ ମଞ୍ଚାସୀନ ଥିଲେ।