ସନ୍ତାନ ପ୍ରସବ ଲାଗି ମିଳେ ପ୍ରୋତ୍ସାହନ

କେତେକ ଦେଶରେ ଜନସଂଖ୍ୟା ଏତେ କମି ଯାଇଛି ଯେ ଏହା ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ସେମିତି ଏକ ଦେଶ ହେଉଛି ଫିନଲାଣ୍ଡ। ଏଠାରେ ଏବେ ଜନସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି। କାରଣ ଏଠାରୁ ଅଧିକାଂଶ ଲୋକେ ଦେଶ ଛାଡି ବାହାରକୁ ଚାଲି ଯାଉଛନ୍ତି। ତେଣୁ ଫିନଲାଣ୍ଡ ସରକାର ଲୋକଙ୍କୁ କିଛି ଅର୍ଥ ଦେଇ ସନ୍ତାନ ପ୍ରସବ କରିବାକୁ ପ୍ରୋତ୍ସାହନ ଦେଉଥିବା କୁହାଯାଉଛି। କିଛି ବର୍ଷ ହେବ ଏହା ପ୍ରଚଳିତ ହୋଇଆସୁଛି। ପୂର୍ବରୁ ସରକାର ୧୭ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଥିଲେ। ଏବେ ଏହାସହ ଜନ୍ମିତ ସନ୍ତାନ ଲାଗି ଏକ ସ୍ବତନ୍ତ୍ର କିଟ୍‌ ବାଧ୍ୟତାମୂଳକ କରିଛନ୍ତି। ଏହାସହ ମିଳୁଛି କିଛି ପ୍ରୋତ୍ସାହନ ରାଶି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନସଂଖ୍ୟା ବୃଦ୍ଧି କରିବା।

Share