Categories: ଖେଳ

ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର, ୨୦।୯(କ୍ରୀଡ଼ା ପ୍ରତିନିଧି)- ପଶ୍ଚିମବଙ୍ଗର କଲ୍ୟାଣୀଠାରେ ଚଳିତମାସ ୨୧ରୁ ୨୬ ପର୍ଯ୍ୟନ୍ତ ୭୪ତମ ସନ୍ତୋଷ ଟ୍ରଫି ଜାତୀୟ ସିନିୟର ପୁରୁଷ ଫୁଟ୍‌ବଲ(ପୂର୍ବାଞ୍ଚଳ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ) ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ଟୁର୍ନାମେଣ୍ଟ ପାଇଁ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା(ଫାଓ) ପକ୍ଷରୁ ଗୁରୁବାର ୨୦ ଜଣିଆ ଦଳ ଘୋଷଣା କରାଯାଇଛି। ଅର୍ପଣ ଲାକ୍ରାଙ୍କୁ ଦଳର ଅଧିନାୟକ ମନୋନୀତ କରାଯାଇଛି। ବିହାର ଓ ପଶ୍ଚିମବଙ୍ଗ ସହିତ ଓଡ଼ିଶା ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛି। ଓଡ଼ିଶା ଦଳ ଏହାର ପ୍ରଥମ ମ୍ୟାଚ୍‌ ୨୨ ତାରିଖରେ ବିହାର ଏବଂ ପରବର୍ତ୍ତୀ ମ୍ୟାଚ୍‌ ୨୬ରେ ପଶ୍ଚିମବଙ୍ଗ ବିପକ୍ଷରେ ଖେଳିବ। ଓଡ଼ିଶା ଦଳ ସହ କୋଚ୍‌ ନିପେନ୍ଦ୍ର କୁମାର ଦାସ, ସହକାରୀ କୋଚ୍‌ ରାଜଶେଖର ପ୍ରଧାନ ଓ ମ୍ୟାନେଜର ଜ୍ଞାନରଞ୍ଜନ ବେହେରା କଲ୍ୟାଣୀ ଯାତ୍ରା କରିବେ।
ଓଡ଼ିଶା ଦଳ: ଫଗୁ ବାସ୍କେ, ଇଜାଜୁଦ୍ଦିନ ଖାଁ, ଶେଖ୍‌ ଶାହାବାଜ ଆଲାମ, ଡି. ଶ୍ରୀନାଥ, ସୁନୀଲ ମୁଣ୍ଡା, ମହମ୍ମଦ ଇମ୍‌ତିଆଜ, ଅର୍ପଣ ଲାକ୍ରା(ଅଧିନାୟକ), ରାଜୁ ବେସାର, ଅରବିନ ଲାକ୍ରା, ଅର୍ଜୁନ ନାଏକ, ରାଜେଶ ନାଏକ, ବିକି ସେଠୀ, ଚନ୍ଦ୍ର ମୁଦୁଲି, ମୁକେଶ ମିଞ୍ଜ, ବିଜୟ ଘଲାନ, ଅମର ଲାକ୍ରା, ସେକ୍‌ ଫରିଦ, ପ୍ରଶାନ୍ତ ଶ୍ରୀହରି, କାର୍ତ୍ତିକ ଚନ୍ଦ୍ର ଭୋଳା, ଏସ.କେ. ଗୌଶ। କୋଚ୍‌: ନିପେନ୍ଦ୍ର କୁମାର ଦାସ, ସହକାରୀ କୋଚ୍‌: ରାଜଶେଖର ପ୍ରଧାନ, ମ୍ୟାନେଜର: ଜ୍ଞାନରଞ୍ଜନ ବେହେରା।

Share