ପାଟଣା,୫।୪(ସ୍ୱ.ପ୍ର.): କରୋନା ରୋଗର ସଂକ୍ରମଣକୁ ନେଇ ଏବେ ଗାଁ ଗାଁ ରେ କୋକୁଆ ଭୟ ଦେଖାଦେଇଛି। ଅଜଣା ଓ ଅଚିହ୍ନା ଲୋକକୁ ଦେଖିଲେ ଲୋକେ ପୋଲିସକୁ ଖବର ଦେଉଛନ୍ତି। କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ବାମ ଶାସନକୁ ଦୁଇଦିନ ତଳେ ଜଣେ ସନ୍ଦିଗ୍ଧ ମହିଳା ଆସିବା ନେଇ ନାନା କଥା ଶୁଣିବାକୁ ମିଳିଥିଲା। ତାଙ୍କୁ ଶୁଖିଲା କାଶ ଓ ଛିଙ୍କ ହେଉଥିବାରୁ ଲୋକେ ଭୟଭୀତ ହୋଇଥିଲେ। ସ୍ବାମ ଗ୍ରାମର ଯୁବକମାନେ ଉକ୍ତ ମହିଳାଙ୍କୁ ନେଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ା ସୁପ୍ରକାଶ ଶତପଥୀ ଙ୍କୁ ହସ୍ତାନ୍ତର କରିଥିଲେ। ସନ୍ଦିଗ୍ଧ ମହିଳା ଜଣକୁ ପ୍ରଶାସନ ପଚରା ଉଚରା କରିବାରୁ ସେ ବାଙ୍ଗଲା ଦେଶର ବୋଲି ଜଣା ପଡ଼ିଛି।ତାଙ୍କ ନାମ ଗାୟତ୍ରୀ ଦାସ।ସେ ଏବେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ କ୍ବାର।ଣ୍ଟ।ଇନରେ ରହିଛନ୍ତି। ସେ ବାଙ୍ଗଲା ଦେଶ ରୁ କୌଣସି ପ୍ରକାରେ ପାରାଦୀପ ଚାଲି ଆସିଥିଲେ। ପାରାଦୀପରୁ ଟ୍ରକଯୋଗେ ଢେଙ୍କିକୋଟରେ ଓଲ୍ହ।ଇଥିଲେ।ବିଭିନ୍ନ ସ୍ଥାନରେ ଲୋକେ ତାଙ୍କୁ ଘଉଡ଼ାଇବାରୁ ସେ ଆସି ସ୍ବାମରେ ପହଞ୍ଚିଥିଲେ।