ଭୁବନେଶ୍ୱର,୨୭।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଗୁରୁବାର ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୬ଟାରେ ଲୋକ ସେବା ଭବନରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହେବ। ଏହି ଅବସରରେ ଜାପାନ ରାଷ୍ଟ୍ରଦୂତ ଓ ଇସ୍ପାତ ମନ୍ତ୍ରଣାଳୟ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଏହି ସାକ୍ଷାତ ସମୟରେ କେଉଁ ପ୍ରସଙ୍ଗ ନେଇ ଆଲୋଚନା ହେବ ତାହା ଜଣାପଡ଼ିନାହିଁ।