Categories: ଜାତୀୟ

ସନ୍ଧ୍ୟାରେ ଶେଷ ହେବ ପ୍ରଚାର, ଏବେ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ ଉପରେ ନଜର

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଶେଷ ଦିନରେ ଦିଲ୍ଲୀର ଶାସକ ଦଳ ଆମ ଆଦମୀ ପାର୍ଟି(ଏଏପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ କୌଣସି ସୁଯୋଗ ହାତଛଡା କରି ନାହାନ୍ତି। ଗୁରୁବାର ସନ୍ଧ୍ୟାରେ ସମସ୍ତ ଦଳୀୟ ପ୍ରାର୍ଥୀ ଓ ସମର୍ଥକ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ କରିବାକୁ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବୃୟାରୀ ୮ରେ ନିର୍ବାଚନ ହେବାକୁ ଥିବା ବେଳେ ୧୧ରେ ଏହାର ଫଳାଫଳ ଘୋଷଣା କରାଯିବ। ମୋଟ ୭୦ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରଯାଉଥିବା ବେଳେ ଏଥିରେ ୧କୋଟି ୪୭ ଲକ୍ଷ ୮୬ ହଜାର ୩୮୯ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଥର ନିର୍ବାଚନରେ ଏଏପି ଓ ଭାଜପା ମଧ୍ୟରେ କଡା ଟକ୍କର ହେଉଥିବା ବେଳେ କଂଗ୍ରେସ ମଧ୍ୟ ତା’ର ପୂର୍ବ ସ୍ଥିତିକୁ ଫେରିବାକୁ ଚେଷ୍ଟା କରୁଛି।

Share