ସନ୍ଧ୍ୟା ଦର୍ଶନ କଟକଣା: ଗର୍ଭଗୃହକୁ ଯାଇପାରିବେନି ଭକ୍ତ

ପୁରୀ ଅଫିସ,୧୧।୭: ଆଡ଼ପମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ହେଉଛନ୍ତି ଶ୍ରଦ୍ଧାଳୁ। ଗୁରୁବାର ସନ୍ଧ୍ୟା ଦର୍ଶନ। ନବମୀ ତିଥିରେ ଜନ୍ମବେଦିରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଦୁଲର୍‌ଲଭ ଦର୍ଶନ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସନ୍ଧ୍ୟା ଦର୍ଶନ ପାଇଁ ପରିମାଣିକ ଟିକେଟ ନ ଥିବାବେଳେ କୌଣସି ଭକ୍ତ ଗର୍ଭଗୃହକୁ ଯାଇପାରିବେ ନାହିଁ। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇଛି। ବ୍ୟାରିକେଡ଼ ମାଧ୍ୟମରେ ଭକ୍ତ ଏକମୁଖୀ ରାସ୍ତାରେ ଯାଇ ଦର୍ଶନ କରିବେ ଏବଂ ନାକଚଣା ଦ୍ୱାର ଦେଇ ବାହାରକୁ ବାହାରିବେ। ସୁରକ୍ଷା ପାଇଁ ପ୍ରାୟ ୪୦ରୁ ୪୫ ପ୍ଲାଟୁନ ପୋଲିସ ରହିବେ ବୋଲି ଜଣାପଡ଼ିଛି।

Share