ସନ୍ଧ୍ୟା ୬ଟାରୁ ଦୋକାନ ବଜାର ବନ୍ଦ କଲା ପୋଲିସ

ବାଲିଅନ୍ତା,୨୧ା୩ (ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କମିଶନରେଟ ପୋଲିସ ଅଧୀନ ବାଲିଅନ୍ତା ଥାନା ପକ୍ଷରୁ ଶୁକ୍ରବାରଠାରୁ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ସନ୍ଧ୍ୟା ୬ଟାଠାରୁ ବାଲିଅନ୍ତା ଥାନା ଅଧୀନରେ ଥିବା ବାଲିଅନ୍ତା ବଜାର, ସାଇଫନ ଛକ, ବେଣୁପୁର, ଭିଙ୍ଗାରପୁର ଆଦି ଅଞ୍ଚଳରେ ଥିବା ଦୋକାନ ବଜାରକୁ ବନ୍ଦ କରିଦିଆଯାଇଛି। ବାଲିଅନ୍ତା ଥାନା ଆଇଆଇସି ସୁଶାନ୍ତ ରାଉତ ସନ୍ଧ୍ୟାରେ ସମସ୍ତ ଦୋକାନକୁ ବୁଲି ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କଟକଣାକୁ ବ୍ୟବସାୟୀମାନେ ମାନି ଦୋକାନକୁ ବନ୍ଦ କରିଦେଇଥିଲେ। ସନ୍ଧ୍ୟାରେ ଗ୍ରୋସେରି ସାମଗ୍ରୀ କିଣିବାକୁ ଆସି ଲୋକେ ହଟହଟା ହୋଇ ଫେରିଥିଲେ।

Share