ନୂଆଦିଲ୍ଲୀ,୧୬।୬: ବଲିଉଡ୍ ଅଭିନେତାରୁ ନିକଟରେ ଏମ୍ପି ହୋଇଥିବା ସନ୍ନି ଦେଓଲ ଶନିବାର ତାଙ୍କ ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲେ। ସେଠାରେ ସେ ଚାଲିଥିବା ବିକାଶ କାର୍ଯ୍ୟର ତଦାରଖ କରିଥିଲେ। ଏହାପରେ ସେ ଟୁଇଟ୍ରେ ଲେଖିଥିଲେ କି, ସେ ଆଜି ଶ୍ରୀ କରତାରପୁର ସାହିବ କରିଡରର ଟିମ୍ଙ୍କ ସହ ସାକ୍ଷାତ୍ କରିଛନ୍ତି ଓ ସେଠାରେ ଚାଲିଥିବା ବିକାଶ କାର୍ଯ୍ୟର ତଦାରଖ ମଧ୍ୟ କରିଛନ୍ତି। ଏହି ଟୁଇଟ୍ ଦେଖିଲା ପରେ ସନ୍ନିଙ୍କ ପିତା ତଥା ବଲିଉଡ୍ର ହିମ୍ୟାନ୍ ଧର୍ମେନ୍ଦ୍ର ସନ୍ନିଙ୍କର ଏହି କାର୍ଯ୍ୟପାଇଁ ତାଙ୍କୁ ପ୍ରଶଂସା କରିବା ସହ ଆଗକୁ ଅଗ୍ରସର ହେବାକୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି। ତା’ସହ ଗୁରୁଦାସପୁରର ଉନ୍ନତି ଲାଗି କାମ କରିବାକୁ ସେ ସନ୍ନିଙ୍କୁ କହିଛନ୍ତି। ତେବେ ସନ୍ନିଙ୍କ ପାଇଁ ଧର୍ମେନ୍ଦ୍ର ଯେଉଁ ଟୁଇଟ୍ କରିଛନ୍ତି ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାରଣ ଦ୍ୱିତୀୟ ବିବାହ ପରେ ମଧ୍ୟ ଧର୍ମେନ୍ଦ୍ର ତାଙ୍କ ପିଲାମାନଙ୍କୁ ସ୍ନେହରୁ ବଞ୍ଚିତ କରି ନାହାଁନ୍ତି ବୋଲି ମଧ୍ୟ କିଛି କମେଣ୍ଟ ଆସିଛି।