ସନ୍ନିଙ୍କ କୋଳରେ ତୈମୁର: ଆଶ୍ଚର୍ଯ୍ୟ ହେଲେ ଦର୍ଶକ

ମୁମ୍ବାଇ: କରିନା କପୁର ଖାଁ ଓ ଶୈଫ ଅଲି ଖାଁଙ୍କ ପୁଅ ତୈମୁର ଚର୍ଚ୍ଚିତ ଷ୍ଟାରକିଡ୍‌ଙ୍କ ମଧ୍ୟରୁ ଜଣେ। ଅନେକ ସମୟରେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କେବେକେବେ ସେ ତାଙ୍କ ମାତାପିତାଙ୍କ ସହ ମଧ୍ୟ ସ୍ପଟ ହୋଇଥାଆନ୍ତି। ଏବେ କିନ୍ତୁ ଏହି ଷ୍ଟାରକିଡ୍‌ଙ୍କୁ ପଛରେ ପକାଇବାକୁ ଉଭା ହେଲେଣି ଆଉ ଜଣେ ଷ୍ଟାର କିଡ୍‌। ପର୍ନ ଷ୍ଟାରରୁ ବଲିଉଡ୍‌ ନାୟିକା ପାଲଟିଥିବା ସନ୍ନି ଲିଓନଙ୍କ କୋଳରେ ଏବେ ଏକ ଶିଶୁକୁ ଦେଖି ସମସ୍ତେ ଦ୍ୱନ୍ଦରେ ପଡି ଯାଇଥିଲେ। ସନ୍ନିଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଦେଖେଣାହାରୀଙ୍କ ମନରେ ପ୍ରଶ୍ନ ଉଠିଥିଲା ତୈମୁର ସନ୍ନିଙ୍କ କୋଳରେ କେମିତି ଆସିଲେ। କାରଣ ଶିଶୁଟି ତୈମୁରଙ୍କ ଭ୍ରମ ସୃଷ୍ଟି କରୁଥିଲା। ଅସଲ କଥା ହେଲା ସନ୍ନିଙ୍କ ସହ ଫଟୋରେ ତୈମୁର ନ ଥିଲେ ସେହି ଷ୍ଟାରକିଡ୍‌ ଥିଲେ ସନ୍ନିଙ୍କ ପୁଅ। ତେବେ ସନ୍ନିଙ୍କର ଦୁଇଟି ଯାଆଁଳା ପୁଅ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଥିଲେ ସନ୍ନିଙ୍କ କୋଳରେ। ସେ ଅବିକଳ ତୈମୁର ଭଳି ଦେଖା ଯାଉଥିବାରୁ ଏବେ ଆଲୋଚନା ହେଉଛି କି ହୁଏତ ସନ୍ନିଙ୍କର ଏହି ସନ୍ତାନ ତୈମୁରଙ୍କୁ ପଛରେ ପକାଇ ଦେଇପାରନ୍ତି।

Share