ସନ୍ନିଙ୍କ ଫୁଟ୍‌ବଲ ପ୍ରେମ

ମୁମ୍ବାଇ: ବଲିଉଡ୍‌ ନାୟିକା ସନ୍ନିି ଲିଓନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରୁହନ୍ତି। ଫ୍ୟାନ୍‌ମାନଙ୍କ ସହ ଯୋଡ଼ିହୋଇ ରହିବାକୁ ସନ୍ନି ଇନ୍‌ଷ୍ଟାଗ୍ରାମରେ ନିଜର ଟିକିନିଖି ଅପ୍‌ଡେଟ୍‌ସ ଦେଇଥାନ୍ତି। ଏହି କ୍ରମରେ ଏକ ନୂଆ ଭିଡିଓ ସନ୍ନି ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଶେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖି ଲାଇକ୍‌ ଏବଂ କମେଣ୍ଟ୍‌ କରୁଛନ୍ତି। ଏହି କାରଣରୁ ସୋସିଆଲ୍‌ ମିଡିଆରେ ଏବେ ସନ୍ନି ରହିଛନ୍ତି ଚର୍ଚ୍ଚାରେ।
ତାଙ୍କ ଏହି ଭିଡିଓରେ ସେ ଫୁଟ୍‌ବଲ୍‌ ଖେଳୁଥିବା ଦେଖିବାକୁ ମିଳିଛି। ତାଙ୍କର ଫୁଟ୍‌ବଲ ସଉକ୍‌ ବି ରହିଛି, ସେନେଇ ଫ୍ୟାନ୍‌ମାନେ କେବେ ଚିନ୍ତା ବି କରି ନ ଥିବେ। ଭିଡିଓରେ ସେ ଜଣେ ଅନୁଭବୀ ଖେଳାଳି ଭଳି ଜଣାପଡ଼ୁଛନ୍ତି। ସନ୍ନିଙ୍କ ଏହି ଲୁକ୍କାୟିତ ପ୍ରତିଭାକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରିବା ସହ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ବର୍ତ୍ତମାନ ସେ ଆବୁଧାବିରେ ଅଛନ୍ତି ଏବଂ ଟି-୧୦ ଲିଗ୍‌ ପାଇଁ ଦିଲ୍ଲୀ ବୁଲ୍‌ସ ଟିମ୍‌ର ପ୍ରମୋଶନ କରୁଛନ୍ତି। ଏହି ଭିଡିଓରେ ସେ ଦିଲ୍ଲୀ ବୁଲ୍‌ସଙ୍କ ଜର୍ସି ସହ ଡେନିମ୍‌ ସ୍କର୍ଟ ପିନ୍ଧି ଫୁଟବଲ୍‌ ଖେଳୁଥିବା ଦେଖିବାକୁ ମିଳିଛି। ଟି-୧୦ ଲିଗ୍‌ରେ ଦିଲ୍ଲୀ ବୁଲ୍‌ସ ଟିମ୍‌ ସନ୍ନି ଲିଓନଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର କରିଛି। ଅନ୍ୟପକ୍ଷରେ ସନ୍ନି ଆଜିକାଲି ଏମ୍‌ଟିିଭିର ଏକ ପପୁଲାର୍‌ ଟିଭି ଶୋ ହୋଷ୍ଟ କରୁଛନ୍ତି। ୨୦୧୨ରେ ପୂଜା ଭଟ୍ଟଙ୍କ ଫିଲ୍ମ ‘ଜିସ୍‌ମ ୨’ରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ।

Share